ରାୟଗଡ଼ା: କଲ୍ୟାଣସିଂପୁର ବ୍ଲକରେ ମାଓ ପୋଷ୍ଟର

ରାୟଗଡ଼ା: ରୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ବ୍ଲକର ସିକରପାଇ, କୁମ୍ୱାରଗୁଡା, କୃଷ୍ଣପାତ୍ରଗୁଡା ଓ ସଦର ବ୍ଲକର କାଳୀସୁନ୍ଦର ମନ୍ଦିର ଛକରେ ମାଓ ପୋଷ୍ଟର ଲାଗିଛି। ଏହି ପୋଷ୍ଟରେ ଦୁଇଜଣଙ୍କୁ ଧମକ ଦିଆଯାଇଥିବା ଉଲ୍ଲେଖ ରହିଛି । କମ୍ପାନୀ ପାଇଁ ଗରିବଙ୍କ ଜମି କିଣିବା, ଗରିବ ଚାଷୀଙ୍କଠାରୁ ମଣ୍ଡିରେ ଧାନ କିଣା ବନ୍ଦ ସହ ଗରିବ ପିଲାଙ୍କଠାରୁ ଚାକିରି ନାଁରେ ଟଙ୍କା ଆଦାୟ ବନ୍ଦ କରିବାକୁ ପୋଷ୍ଟରରେ ଲେଖା ଯାଇଛି । ସିପିଆଇ ମାଓବାଦୀ ରାୟଗଡ଼ା ଏରିଆ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଛି।