ରାୟଗଡ଼ା: ପଲମା ପଞ୍ଚାୟତରେ ଝାଡ଼ାବାନ୍ତି ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ରାୟଗଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ରାୟଗଡ଼ା ଗସ୍ତରେ ଯାଇ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ କଲ୍ୟାଣସିଂହପୁର ପଲମା ପଞ୍ଚାୟତରେ ବ୍ୟାପିଥିବା ଝାଡ଼ାବାନ୍ତିର ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକ ଶେଷ ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି,“ପଲମାରେ ଏ ଯାଏଁ  ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଭୟ କରିବାର କିଛି କାରଣ ନାହିଁ।  ଏହି ଅଞ୍ଚଳ ଗୁଡ଼ିକରେ ସ୍ୱାସ୍ଥ୍ୟ ବଭାଗର ଟିମ୍‌ ସଜାଗ୍‌ ରହିଛି।” ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଜି ଜଣଙ୍କର ମୃତ୍ୟୁ […]

health

health

Rakesh Mallick
  • Published: Monday, 25 July 2016
  • Updated: 25 July 2016, 04:55 PM IST

Sports

Latest News

ରାୟଗଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ରାୟଗଡ଼ା ଗସ୍ତରେ ଯାଇ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ କଲ୍ୟାଣସିଂହପୁର ପଲମା ପଞ୍ଚାୟତରେ ବ୍ୟାପିଥିବା ଝାଡ଼ାବାନ୍ତିର ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକ ଶେଷ ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି,“ପଲମାରେ ଏ ଯାଏଁ  ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଭୟ କରିବାର କିଛି କାରଣ ନାହିଁ।  ଏହି ଅଞ୍ଚଳ ଗୁଡ଼ିକରେ ସ୍ୱାସ୍ଥ୍ୟ ବଭାଗର ଟିମ୍‌ ସଜାଗ୍‌ ରହିଛି।”

ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଏବେ ବି ଏହି ପଞ୍ଚାୟତରେ ୩୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଗତକାଲି ଏକ ଡାକ୍ତରୀଦଳ ଏହି ପଞ୍ଚାୟତକୁ ଯାଇ ଲୋକଙ୍କୁ ଚିକିତ୍ସା କରୁଛନ୍ତି। ଏହାସହିତ ୨୪ ଘଣ୍ଟିଆ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ ଖୋଲାଯାଇ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos