ରାୟଗଡ଼ା: ପାରସାଲିରେ ମାଓ ପୋଷ୍ଟର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ନିୟମଗିରି ସ୍ଥିତ ପାରସାଲିରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏହି ପୋଷ୍ଟର ଗୁଡ଼ିକ ଲଗାଯାଇଛି। ଏଥିରେ  ନୂଆ ସଙ୍ଗଠନ ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ୍‌  କମିଟି ବୋଲି ଉଲ୍ଲେଖ ରହିଛି। ଆସନ୍ତା ୨୮ରୁ ୩ ତାରିଖ ପର୍ଯ୍ୟନ୍ତ ସହିଦ୍‌ ଦିବସ ପାଳନ କରିବାକୁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି।

କନ୍ଧମାଳ ଜିଲ୍ଲାର ଗୁମୁଡୁମାହା, ରାୟଗଡ଼ା ନିୟମଗିରି ଡଙ୍ଗାମାଟି ଓ କଳାହାଣ୍ଡି ଜିଲ୍ଲାର ନିସାନି ଗୁଡ଼ା ଓ ପାଙ୍ଗପଦରର ପୋଲିସ୍ ଏନ୍‌କାଉଣ୍ଟରକୁ ପୋଷ୍ଟରରେ ନିନ୍ଦା କରାଯାଇଛି। ଏହାସହିତ ଏସ୍‌ଓଜି, ସିଆରପିଏଫ୍‌ ଓ ବିଏସ୍‌ଏଫ୍‌କୁ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି।