ପ୍ରିଣ୍ଟ ଆଉଟ୍ ବାହାର କରିବାକୁ ନେଇ ସହକର୍ମୀଙ୍କୁ ପିଟିଲେ ପୋଷ୍ଟମାଷ୍ଟର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ଦୁର୍ଗାପ୍ରସାଦ ସାବତଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ। ପ୍ରିଣ୍ଟ ଆଉଟ୍ ବାହାର କରିବାକୁ ନେଇ ନିଜ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ପୋଷ୍ଟମାଷ୍ଟରଙ୍କ ନିତିଦିନିଆ ଅଭ୍ୟାସ ହୋଇଥିବା କର୍ମଚାରୀମାନେ କହିଛନ୍ତି। ଏ ନେଇ କର୍ମଚାରୀମାନେ ଡାକ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।