ରାୟଗଡା: ଝରଣା ପାଣି ପିଇ ୩ ମୃତ, ୫ ଗୁରୁତର

ରାୟଗଡା: ଝରଣାର ବିଷାକ୍ତ ପାଣି ପିଇ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ପଞ୍ଚୁବାଇ ଗ୍ରାମରେ ଆଜି ୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୫ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ ରାୟଗଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଆଜି ପଞ୍ଚୁବାଇ ଗାଁର କିଛି ଲୋକ ଗ୍ରାମ ନିକଟ ଏକ ଖଳାରେ କୋଶନା ଅମଳ କରୁଥିଲେ। ଏହି ସମୟରେ ସେମାନଙ୍କୁ ଶୋଷ ଲାଗିବାରୁ ନିକଟରେ ଯାଇଥିବା ଏକ ଝରଣାରୁ ପାଣି ପିଇଥିଲେ। ପାଣି ପିଇବାର କିଛି ସମୟ […]

muniguda

muniguda

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 04:30 PM IST

Sports

Latest News

ରାୟଗଡା: ଝରଣାର ବିଷାକ୍ତ ପାଣି ପିଇ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ପଞ୍ଚୁବାଇ ଗ୍ରାମରେ ଆଜି ୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୫ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ ରାୟଗଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 ଆଜି ପଞ୍ଚୁବାଇ ଗାଁର କିଛି ଲୋକ ଗ୍ରାମ ନିକଟ ଏକ ଖଳାରେ କୋଶନା ଅମଳ କରୁଥିଲେ। ଏହି ସମୟରେ ସେମାନଙ୍କୁ ଶୋଷ ଲାଗିବାରୁ ନିକଟରେ ଯାଇଥିବା ଏକ ଝରଣାରୁ ପାଣି ପିଇଥିଲେ। ପାଣି ପିଇବାର କିଛି ସମୟ ପରେ ଜଣେ ବାଳକଙ୍କ ସମେତ ୮ଜଣ ବାନ୍ତି କରି ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ତୁରନ୍ତ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାୟଗଡା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos