ବସ୍ ଓଲଟି ୧୫ ଆହତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ କୁଟିଙ୍ଗଗୁଡ଼ା ନିକଟରେ ଆଜି ସକାଳ ପ୍ରାୟ ୮ଟା ବେଳେ ଏକ ଘରୋଇ ବସ୍ ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବସ୍‌ଟି କଟକରୁ କାଶୀପୁର ଅଭିମୁଖେ ଯାଉଥିଲା। କୁଟିଙ୍ଗଗୁଡ଼ା ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ଏକ ପୋଲ ତଳକୁ ଖସି ଯାଇଥିଲା ଓ ଓଲଟି ପଡ଼ିଥିଲା।