ରାୟଗଡ଼ା ଫୁଡ୍‌ ପାର୍କ ଉଦ୍‌ଘାଟନକୁ ନେଇ ବିଜେପି-ବିଜେଡି କାଦୁଅ ଫିଙ୍ଗା ରାଜନୀତି, କ’ଣ ପାଇଁ ଉଠିଛି କେଁ ପଢ଼ନ୍ତୁ 

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୁଜବଳଠାରେ ଆଜି ମେଗା ଫୁଡପାର୍କ ଉଦ୍‌ଘାଟନ ହୋଇଛି। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ଏହାକୁ ଉଦ୍‌ଘାଟନ କରିଛନ୍ତି। । ତେବେ ଏହି ଉଦ୍‌ଘାଟନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ବିଜେଡି ପ୍ରୋଟକଲ ଉଲ୍ଲଂଘନ ଅଭିଯୋଗ ଆଣିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ଯୋଗ ନ ଦେବାକୁ ନେଇ ତାଙ୍କୁ ଟାର୍ଗେଟ କରିଛି। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ […]

BJD_BJP

BJD_BJP

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 03:06 PM IST

Sports

Latest News

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୁଜବଳଠାରେ ଆଜି ମେଗା ଫୁଡପାର୍କ ଉଦ୍‌ଘାଟନ ହୋଇଛି। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ଏହାକୁ ଉଦ୍‌ଘାଟନ କରିଛନ୍ତି। । ତେବେ ଏହି ଉଦ୍‌ଘାଟନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ବିଜେଡି ପ୍ରୋଟକଲ ଉଲ୍ଲଂଘନ ଅଭିଯୋଗ ଆଣିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ଯୋଗ ନ ଦେବାକୁ ନେଇ ତାଙ୍କୁ ଟାର୍ଗେଟ କରିଛି।

ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ରାଜ୍ୟର ଏହି ପ୍ରଥମ ମେଗା ଫୁଡପାର୍କ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳି ନ ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ପ୍ରସଙ୍ଗ ପ୍ରୋଟକଲ ଭଙ୍ଗ କରୁଛି ବୋଲି ବିଜେଡି ଅଭିଯୋଗ ଆଣିଛି। ଦଳର ମୁଖପାତ୍ର ସୀମର ଦାସ କହିଛନ୍ତି,“ନିମନ୍ତ୍ରଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନିଆଯିବାର ଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନିଆଯାଇ ନାହିଁ। ଏଥିରେ ପ୍ରୋଟକଲ ଉଲ୍ଲଂଘନ କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ ଅବଗତ କରାଇବେ।”

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଟାର୍ଗେଟ କରିଛି। ବିଜେପି ନେତା ସମୀର ମହାନ୍ତି କହିଛନ୍ତି,“ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଚାହୁଁନାହାନ୍ତି। ସେଥିପାଇଁ ସେ ଉଦ୍‌ଘାଟନ ଉତ୍ସବକୁ ଗଲେନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକାଶ ଚାହୁଁଥିବାରୁ ଉଦ୍‌ଘାଟନ ଉତ୍ସବକୁ ଗଲେ।  ମୁଖ୍ୟମନ୍ତ୍ରୀ ଯାଇଥିଲେ ଲୋକ ଉତ୍ସାହିତ ହୋଇଥାନ୍ତେ।”

‘ମୁଖ୍ୟମନ୍ତ୍ରୀ ନ ଆସିବା ବିଡମ୍ବନା’

ଫୁଡପାର୍କ ଉଦ୍‌ଘାଟନ ଉତ୍ସବ କାର୍ଯ୍ୟକ୍ରମକୁ ନେଇ ବିଜେପି ବିଜେଡି ମଧ୍ୟରେ ଦେଖା ଦେଇଥିବା ବିବାଦରେ କେନ୍ଦ୍ରମନ୍ତ୍ରୀ ହରସିମ୍ରତ କୌର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ନ ଆସିବା କି କୌଣସି ମନ୍ତ୍ରୀଙ୍କୁ ନ ପଠାଇବା ବିଡମ୍ବନାର ବିଷୟ।”

ସେ ଆହୁରି କହିଛନ୍ତି,“ଉତ୍ସବକୁ ଆସିବା ନେଇ ଗତ ମେ’ ମାସରେ ଆନୁଷ୍ଠାନିକ ଭାବେ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ହୋଇଥିଲା। ମୁଖ୍ୟମନ୍ତ୍ରୀ ଆସିବେନି, ୨ ଜଣ ମନ୍ତ୍ରୀଙ୍କୁ ପଠାଇବେ କହିଥିଲେ। ଗତକାଲି ମୁଁ ଦିଲ୍ଲୀରୁ ବାହାରିବା ବେଳେ ନବୀନଙ୍କୁ ଫୋନ୍‌ କରି ଆସିବାକୁ କହିଥିଲି। ସେ ଦେଖିବା କହିଥିଲେ। ତାଙ୍କ କହିବା ଅନୁସାରେ ୨ ମନ୍ତ୍ରୀଙ୍କ ନାଁ ଫଳକରେ ରହିଥିଲା। ହେଲେ ସେ ଆସିଲେ ନି କି କାହାରିଙ୍କୁ ପଠାଇଲେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos