ଇରାନୀ ସ୍ୱେଚ୍ଛାସେବୀ ନିର୍ଦ୍ଦୋଷରେ ଖଲାସ

ରାୟଗଡ଼ା: ବହୁ ଚର୍ଚ୍ଚିତ ଇରାନୀ ସ୍ୱେଚ୍ଛାସେବୀ ନର୍ଗିସ କେ. ଆସ୍ତରୀଙ୍କ ଜେଲ ଦଣ୍ଡ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ରାୟଗଡ଼ା ଏଡିଜେ କୋର୍ଟ ନର୍ଗିସଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରମାଣ ଅଭାବରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ନର୍ଗିସ ଦୁଇ ବର୍ଷ ମିଛ ମାମଲାରେ ଛନ୍ଦି ହୋଇ ହଇରାଣ ହୋଇଥିବାରୁ ସେ ଚାହିଁଲେ କ୍ଷତିପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିପାରିବେ। ଅନ୍ୟପକ୍ଷରେ ଅଦାଲତଙ୍କ ଏହି ରାୟର ତର୍ଜମା କରାଯାଇ […]

raygarh

raygarh

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 04:00 PM IST

Sports

Latest News

ରାୟଗଡ଼ା: ବହୁ ଚର୍ଚ୍ଚିତ ଇରାନୀ ସ୍ୱେଚ୍ଛାସେବୀ ନର୍ଗିସ କେ. ଆସ୍ତରୀଙ୍କ ଜେଲ ଦଣ୍ଡ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ରାୟଗଡ଼ା ଏଡିଜେ କୋର୍ଟ ନର୍ଗିସଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରମାଣ ଅଭାବରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ନର୍ଗିସ ଦୁଇ ବର୍ଷ ମିଛ ମାମଲାରେ ଛନ୍ଦି ହୋଇ ହଇରାଣ ହୋଇଥିବାରୁ ସେ ଚାହିଁଲେ କ୍ଷତିପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିପାରିବେ।

ଅନ୍ୟପକ୍ଷରେ ଅଦାଲତଙ୍କ ଏହି ରାୟର ତର୍ଜମା କରାଯାଇ ଆବଶ୍ୟକ ସ୍ଥଳରେ ଉପର କୋର୍ଟରେ ଆଶ୍ରୟ ନିଆଯିବ ବୋଲି ସରକାରୀ ଓକିଲ କହିଛନ୍ତି।

୨୦୧୪ ନଭେମ୍ୱର ୩ ତାରିଖରେ କୋଲନରା ବ୍ଲକ ମୁକୁନ୍ଦପୁର ପ୍ରିଜନ ଫାଉଣ୍ଡେସନର ମୁଖ୍ୟ ନର୍ଗିସ ୩୦ ଜଣ ଅନ୍ତେବାସୀଙ୍କୁ ନେଇ ପିକ୍‌ନିକ କରିବାକୁ ଯାଇଥିଲେ। ପିଲାମାନେ ଝୁଲା ପୋଲରେ ନାଗାବଳୀ ନଦୀ ପାର ହେଉଥିବା ବେଳେ ଦୁଇ ଜଣ ବାଳକ ଖସିପଡ଼ି ଭାସି ଯାଇଥିଲେ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅସିମ ଜିଲାକାରଙ୍କ ମୃତ୍ୟୁ ଘଟିଥିଲା। ଏନେଇ ରାୟଗଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା।

ଡିସେମ୍ୱର ୫ ତାରିଖରେ ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟ ମାମଲାକୁ ବିଚାର କରି ନର୍ଗିସଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos