ସମ୍ୱଲପୁର: ମହାନଦୀରୁ ପାନୀୟ ଜଳ ଯୋଗାଣ ଦାବିରେ ରେଢ଼ାଖୋଲ ବନ୍ଦ

ସମ୍ୱଲପୁର: ମହାନଦୀରୁ ପାଇପ୍‌ ଯୋଗେ ପାଣି ଯୋଗାଣ ଦାବିରେ  ଆଜି ରେଢ଼ାଖୋଲରେ  ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ମା’ ଲକ୍ଷ୍ମୀ ପ୍ରତିବେଶୀ ମହିଳା କମିଟି ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି। ଫଳରେ ରେଢାଖୋଲ ସହରରେ ଦୋକାନ୍ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।