ରେହମାନ ଘଟଣା: ତଦନ୍ତ ସାରି ଝାଡ଼ଖଣ୍ଡ ଓ ଦିଲ୍ଲୀରୁ ଫେରିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ ସଂପର୍କରେ ତନାଘନା ପାଇଁ ଝାଡ଼ଖଣ୍ଡ ଓ ଦିଲ୍ଲୀ ଯାଇଥିବା କମିଶନରେଟ୍ ପୋଲିସର ଦୁଇଟି ଟିମ୍ ଓଡ଼ିଶା ଫେରିଛି। ଓଡିଶାରେ କାହା ସହିତ ରେହମାନର ଲିଙ୍କ୍ ଥିଲା, ମଦ୍ରାସା ଖୋଲିବା ପଛର କାରଣ ଓ ଓଡିଶାରେ ରେହମାନର ନେଟୱାର୍କ ସମ୍ପର୍କରେ ପୋଲିସକୁ ଅନେକ ତଥ୍ୟ ମିଳିଥିବା ଜଣାପଡିଛି। କମିଶନରେଟ୍ ପୋଲିସ ଟିମ୍ ଦିଲ୍ଲୀ ପୋଲିସଠାରୁ ରେହମାନର ଓଡିଶା ଲିଙ୍କ୍, ତାର ବ୍ୟାଙ୍କ ଓ  ଟ୍ରଷ୍ଟ ଆକାଉଣ୍ଟକୁ ଆସିଥିବା ଟଙ୍କା ସଂପର୍କରେ […]

ahamad-rehama

ahamad-rehama

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 03:02 PM IST

ଭୁବନେଶ୍ୱର: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ ସଂପର୍କରେ ତନାଘନା ପାଇଁ ଝାଡ଼ଖଣ୍ଡ ଓ ଦିଲ୍ଲୀ ଯାଇଥିବା କମିଶନରେଟ୍ ପୋଲିସର ଦୁଇଟି ଟିମ୍ ଓଡ଼ିଶା ଫେରିଛି। ଓଡିଶାରେ କାହା ସହିତ ରେହମାନର ଲିଙ୍କ୍ ଥିଲା, ମଦ୍ରାସା ଖୋଲିବା ପଛର କାରଣ ଓ ଓଡିଶାରେ ରେହମାନର ନେଟୱାର୍କ ସମ୍ପର୍କରେ ପୋଲିସକୁ ଅନେକ ତଥ୍ୟ ମିଳିଥିବା ଜଣାପଡିଛି। କମିଶନରେଟ୍ ପୋଲିସ ଟିମ୍ ଦିଲ୍ଲୀ ପୋଲିସଠାରୁ ରେହମାନର ଓଡିଶା ଲିଙ୍କ୍, ତାର ବ୍ୟାଙ୍କ ଓ  ଟ୍ରଷ୍ଟ ଆକାଉଣ୍ଟକୁ ଆସିଥିବା ଟଙ୍କା ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିଛି। ସେହିପରି ଝାଡ଼ଖଣ୍ଡରୁ ଗରିବ ପିଲାଙ୍କୁ ମଦ୍ରାସା ଆଣିବା ପଛର ଉଦ୍ଦେଶ୍ୟ, ଏଠାରୁ ପିଲାଙ୍କୁ ବିଦେଶ ପଠାଇବା ଯୋଜନା ଅଭିଯୋଗ ସଂପର୍କରେ ମଧ୍ୟ ଝାଡ଼ଖଣ୍ଡ ପୋଲିସଠାରୁ ତଥ୍ୟ ସଂଗ୍ରହ କରିଛି କମିଶନରେଟ୍ ପୋଲିସ ଟିମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos