ସରିଲା ଗୌତମ କୁଣ୍ଡୁଙ୍କ ରିମାଣ୍ଡ ଅବଧି, କୋର୍ଟରେ ହାଜର କଲା ଇଓଡବ୍ଲ୍ୟୁ

ବାଲେଶ୍ୱର: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ କମ୍ପାନୀର ମୁଖ୍ୟ ଗୌତମ କୁଣ୍ଡୁଙ୍କ ୪ଦିନିଅା ରିମାଣ୍ଡ ଶେଷ ହୋଇଛି। ଏହାପରେ ତାଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍‌ ଅଦାଲତରେ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁ ପକ୍ଷରୁ ହାଜର କରାଯାଇଛି। ଏହା ପୂର୍ବରୁ ଇଓଡବ୍ଲ୍ୟୁ ତାଙ୍କୁ ୫ ଦିନିଅା ରିମାଣ୍ଡରେ ନେଇ ପଚରାଉଚରା କରିଥିଲା।