ରେଞ୍ଜଡା ସାଇଡିଂ ଲୁହାପଥର ପୋତା ଘଟଣା: ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜୁଏଲଙ୍କ ଦାବି

ଭୁବନେଶ୍ୱର/ବଣାଇ: ଭୁବନେଶ୍ୱର: ସୁନ୍ଦରଗଡ଼ ରେଞ୍ଜେଡ଼ା ରେଲୱେ ସାଇଡିଂରେ ଲୁହାପଥର ଲୁଚାଇ ରଖାଯାଇଥିବା ଅଭିଯୋଗ ଉପରେ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ରିପୋର୍ଟ ଦେଇଛି। ପ୍ରାୟ ୨୪ ଶହ ଘନମିଟର ଜାଗାରେ ଲୁହାପଥର ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ପରୀକ୍ଷା ପାଇଁ ପଠାଯାଇଥିବା ୧୬ଟି ନମୁନା ମଧ୍ୟରୁ ୭ଟିରେ ହାଇଗ୍ରେଡ୍ ଆଇରନ୍ ରହିଥିବା ଏଥିରେ କୁହାଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। […]

renjeda

renjeda

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 02:09 PM IST

Sports

Latest News

ଭୁବନେଶ୍ୱର/ବଣାଇ: ଭୁବନେଶ୍ୱର: ସୁନ୍ଦରଗଡ଼ ରେଞ୍ଜେଡ଼ା ରେଲୱେ ସାଇଡିଂରେ ଲୁହାପଥର ଲୁଚାଇ ରଖାଯାଇଥିବା ଅଭିଯୋଗ ଉପରେ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ରିପୋର୍ଟ ଦେଇଛି। ପ୍ରାୟ ୨୪ ଶହ ଘନମିଟର ଜାଗାରେ ଲୁହାପଥର ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ପରୀକ୍ଷା ପାଇଁ ପଠାଯାଇଥିବା ୧୬ଟି ନମୁନା ମଧ୍ୟରୁ ୭ଟିରେ ହାଇଗ୍ରେଡ୍ ଆଇରନ୍ ରହିଥିବା ଏଥିରେ କୁହାଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଆଇବିଏମ୍ ରିପୋର୍ଟ ଅନୁସାରେ କୋଏଡ଼ା ଡିଡିଏମ ଓ ରେଳବାଇ କର୍ତ୍ତୃପକ୍ଷ ଲୁହାପଥର ଗଦା ହୋଇଥିବା ଗୋଟିଏ ସାଇଟ୍ ଦେଖାଇଥିଲେ। ୮୦ ମିଟର ଦୈର୍ଘ୍ୟ, ୨୦ ମିଟର ପ୍ରସ୍ଥ ଓ ଦେଢ଼ ମିଟର ଗଭୀରତା ପର୍ଯ୍ୟନ୍ତ ଏହି ଲୁହାପଥର ଗଦା ହୋଇରହିଛି। ତେବେ ଲୁହାପଥର ଗଦା ହୋଇରହିଥିବା ସ୍ଥାନର ଉପର ଅଂଶରେ କଠିନ ଆସ୍ତରଣ ଥିବାରୁ ଏହାକୁ ହାତରେ ଖୋଳିବା ସମ୍ଭବ ନ ଥିଲା। ତେଣୁ ବାସ୍ତବରେ ଏଠାରେ କେତେ ପରିମାଣର ଲୁହାପଥର ରହିଛି ତାହା ଆକଳନ କରିବା ସମ୍ଭବ ନ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଏଠାରୁ ସଂଗୃହିତ ୧୬ଟି ନମୁନା ମଧ୍ୟରୁ ୭ଟିରେ ହାଇଗ୍ରେଡ୍ ଆଇରନ ଓର୍ ଥିବା ପରୀକ୍ଷାରୁ ଜଣାପଡିଥିବା ଆଇବିଏମ ରିପୋର୍ଟରେ କୁହାଯାଇଛି। ଆଇବିଏମ୍ ରିପୋର୍ଟ ତାଙ୍କ ଦାବିକୁ ସତ ପ୍ରମାଣିତ କରିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ରାଜ୍ୟ ସରକାର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ରବିବାର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦାବି କରିଛନ୍ତି । ଏହି ଘଟଣା ପଦାକୁ ଆଣିବା ପରେ ଯେଉଁ ମନ୍ତ୍ରୀ ତାଙ୍କୁ ବିରୋଧ କରୁଥିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। ଦିଲ୍ଲୀ ଗଲା ପରେ ଆଇବିଏମ୍ ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବି। ଆଗକୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେଥିପାଇଁ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।

ରେଳବାଇ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ନେଇ ରିପୋର୍ଟରେ ଆପତ୍ତି ଉଠାଇଛି ଆଇବିଏମ୍। ୨୦୦୫ରୁ ଏଠାରେ ଲୋଡିଂ-ଅନଲୋଡିଂ ଚାଲିଥିବାରୁ ଲୁହାପଥର ପଡ଼ି ପଡ଼ି ଗଦା ସୃଷ୍ଟି ହୋଇଥିବା ରେଳବାଇ କର୍ତ୍ତୃପକ୍ଷ ଜଣାଇଥିଲେ। ସେହିପରି ସମସ୍ତ ଲୁହାପଥର ରେଳୱେ ସାଇଡିଂ ପରିସରରେ ରହିଥିବା କର୍ତ୍ତୃପକ୍ଷ କହିଥିଲେ ବି ଲିଖିତ ଭାବେ କିଛି ଦେଇ ନ ଥିଲେ। ତେବେ ରେଲବେ ସାଇଡିଂ ବାହାରେ ବି କିଛି ଖଣିଜ ରହିଛି ଓ ଏଥିପାଇଁ ଅନୁମତି ନିଆଯାଇ ନ ଥିବା ଆଇବିଏମ ରିପୋର୍ଟରେ ଦର୍ଶାଇଛି। ସେହିପରି ଲୁହାପଥର ଲୋଡିଂ ଓ ଅନଲୋଡିଂ କରୁଥିବା ମାତା ଦଧିମତି ଟ୍ରାନସପୋର୍ଟର ମାଲିକ ରାଜକୁମାର ଦଧିଚି କୋଲଟା ମାଇନ୍ସ ଓ ସେଲର ଲୁହାପଥର ଚୋରି କରି ଏଠାରେ ରଖିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ଉପସ୍ଥିତ ରହିବା ଲାଗି ତାଙ୍କୁ ପୂର୍ବରୁ ନୋଟିସ ଦିଆଯାଇଥିଲେ ମଧ୍ୟ ସେ ଆସି ନ ଥିଲେ। ସେହିପରି ରାମକୁମାର ନିର୍ଦ୍ଦେଶକ ଥିବା ଅଗ୍ରସେନ ସ୍ପଞ୍ଜ କମ୍ପାନୀ ଅନେକ ଅନିୟମିତତାରେ ସମ୍ପୃକ୍ତ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରେଞ୍ଜେଡ଼ା ରେଲୱେ ସାଇଡିଂ ମାଟି ତଳେ ମାଫିଆମାନେ ବିପୁଳ ପରିମାଣର ଖଣିଜ ପଦାର୍ଥ ଲୁଚାଇ ରଖିଥିବା ସନ୍ଦେହ କରିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।  କୋଏଡ଼ା ଡିଡିଏମଙ୍କ ଯାଞ୍ଚରେ ଅସନ୍ତୋଷ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବୋଲି ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story