ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ଫୁଲ ଡ୍ରେସ୍‌ ରିହଲସେଲ୍

ଭୁବନେଶ୍ୱର: ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ଆଜି ଫୁଲ ଡ୍ରେସ୍‌ ରିହଲସେଲ୍ ହୋଇଛି । ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରାୟ ୭୮ଟି କଣ୍ଟିନ୍‌ଜେଣ୍ଟ ବା ଟ୍ରୁପ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ପୋଲିସ୍, ଅଗ୍ନିଶମ, ଏନଡିଆରଏଫ୍ ଓ ଏନସିସି  ଆଦି ସାମରିକ ଓ ବେସାମରିକ କଣ୍ଟିନ୍‌ଜେଣ୍ଟଙ୍କ ସହିତ ଛାତ୍ରଛାତ୍ରୀଙ୍କ ଟ୍ରୁପ ମଧ୍ୟ ପରେଡ୍‌ ପ୍ରଦର୍ଶନ କରିବେ। ତା’ସହ ମୁଖ୍ୟ ଆକର୍ଷଣ ହେବ ଡେୟାର ଡେଭିଲ ଶୋ’। ୪ଟି ସାଂସ୍କୃତିକ ଦଳ ପାଇକ […]

parad

parad

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 02:08 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ଆଜି ଫୁଲ ଡ୍ରେସ୍‌ ରିହଲସେଲ୍ ହୋଇଛି । ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରାୟ ୭୮ଟି କଣ୍ଟିନ୍‌ଜେଣ୍ଟ ବା ଟ୍ରୁପ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ପୋଲିସ୍, ଅଗ୍ନିଶମ, ଏନଡିଆରଏଫ୍ ଓ ଏନସିସି  ଆଦି ସାମରିକ ଓ ବେସାମରିକ କଣ୍ଟିନ୍‌ଜେଣ୍ଟଙ୍କ ସହିତ ଛାତ୍ରଛାତ୍ରୀଙ୍କ ଟ୍ରୁପ ମଧ୍ୟ ପରେଡ୍‌ ପ୍ରଦର୍ଶନ କରିବେ। ତା’ସହ ମୁଖ୍ୟ ଆକର୍ଷଣ ହେବ ଡେୟାର ଡେଭିଲ ଶୋ’। ୪ଟି ସାଂସ୍କୃତିକ ଦଳ ପାଇକ ଆଖଡ଼ା, ଘୁମୁରା, ଦୁଲଦୁଲି ଓ ପଶୁମୁଖା ନାଚ ମଧ୍ୟ ପ୍ରଦର୍ଶନ କରିବେ।

ଏଥିପାଇଁ ସମସ୍ତ ଦଳ ଜୋରଦାର ଅଭ୍ୟାସ ଶେଷ କରିଥିବା ବେଳେ ନିଜେ ପୋଲିସ୍‌ ଡିଜି କେ.ବି. ସିଂହ ଓ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ପ୍ରମୁଖ ପରେଡର ତଦାରଖ କରିଥିଲେ। ରାଜଧାନୀରେ ସାଧାରଣତନ୍ତ୍ର ଦିବସ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ସମସ୍ତ ଜିଲ୍ଲା ଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଡିଜିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos