ବାହାରିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ: କମିଲା ପାସ୍ ହାର, ଛାତ୍ରୀଙ୍କୁ ଟପିଲେ ଛାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ପରିଷଦ କାର୍ଯ୍ୟାଳୟରେ  ବିଦ୍ୟାୟଳ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଉପସ୍ଥିତିରେ ଫଳ ଘୋଷଣା କରାଯାଇଛି। ଗତବର୍ଷ ତୁଳନାରେ ଏଥର ପାସ୍ ହାର କମିଛି। ଗତ ଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୧.୧୧% ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ପାସ୍ ହାର ୭୬.୯୮% ରହିଛି। […]

Badri Patra

Badri Patra

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 11:54 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ପରିଷଦ କାର୍ଯ୍ୟାଳୟରେ  ବିଦ୍ୟାୟଳ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଉପସ୍ଥିତିରେ ଫଳ ଘୋଷଣା କରାଯାଇଛି।

ଗତବର୍ଷ ତୁଳନାରେ ଏଥର ପାସ୍ ହାର କମିଛି। ଗତ ଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୧.୧୧% ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ପାସ୍ ହାର ୭୬.୯୮% ରହିଛି। ଅର୍ଥାତ୍ ପାସ୍ ହାର ୪.୧୩% କମିଛି।  ଏଥର ମୋଟ  ୯୫,୦୯୬ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୭୩,୨୧୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯, ୫୬୧ ପିଲା ପାସ୍ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୨୪, ୧୬୪ ପିଲା ପାସ୍ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୨୯,୯୬୮ ଜଣ ପାସ୍ କରିଛନ୍ତି।

ଏଥର ଛାତ୍ରୀଙ୍କ ଅପେକ୍ଷା ଛାତ୍ରଙ୍କ ପାସ୍ ହାର ଅଧିକ ରହିଛି। ମୋଟ ୪୨, ୮୮୬ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦, ୩୨୫ ଜଣ ଛାତ୍ରୀ ପାସ୍ କରିଛନ୍ତି। ମୋଟ ୪୧ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଏଥିରେ ବି ଛାତ୍ର ଆଗରେ ରହିଛନ୍ତି। କାରଣ ଏହି ୪୧ ଜଣଙ୍କ ମଧ୍ୟରେ ୨୮ ଜଣ ଛାତ୍ର ଥିଲା ବେଳେ ୧୩ ଜଣ ଛାତ୍ରୀ ଅଛନ୍ତି।

ନୟାଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୨.୨୩ % ରହିଥିବା ବେଳେ ଗଜପତିରେ ପାସ୍ ହାର ସର୍ବନିମ୍ନ ୪୩.୪୩% ରହିଛି।

କେଉଁଠି ପାଇବେ ରେଜଲ୍ଟ?: ଛାତ୍ରଛାତ୍ରୀ‘www.chseodisha.nic.inwww.orissaresults.nic.in’ ୱେବସାଇଟ୍‌ ମାଧ୍ୟମରେ  ସେମାନଙ୍କ ଫଳ ଜାଣିପାରିବେ। ଗତଥର  ପରି ଏଥର ମଧ୍ୟ ରେଜଲ୍ଟ ଜାଣିବା ଲାଗି ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ଏବଂ ରେଜିଷ୍ଟେସନ ନମ୍ବରର ଆବଶ୍ୟକତା ରହିଛି। ୱେବସାଇଟରେ  ଉଭୟ ନମ୍ବର ଦାଖଲ କଲେ ପରୀକ୍ଷା ଫଳ ଜାଣିପାରିବେ।

କେବେ ବାହାରିବ କଳା ଓ ବାଣିଜ୍ୟ ପରୀକ୍ଷା ଫଳ?: ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ ବୋଲି ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story