ଗାଡ଼ି ପାର୍କିଂକୁ ନେଇ ଗୁଳିମାଡ଼, ବନ୍ଧା ହେଲେ ଅବସରପ୍ରାପ୍ତ ପ୍ରଫେସର

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସହର ଗଡ଼ଗଡ଼ିଆ ଛକ ନିକଟ ଏକ ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ହୋଇଛି। ଗାଡ଼ି ପାର୍କିଂକୁ ନେଇ ଏହି ଗୁଳିମାଡ଼ ହୋଇଥିବା ବେଳେ ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ୍ ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଗିରଫ କରିଛି।

ଗୁରୁତର ଆହତ ବ୍ୟକ୍ତିଙ୍କ ନାଁ ଆନନ୍ଦ ସିଂ। ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ଗୁଳିମାଡ଼ କରି ଗିରଫ ହୋଇଥିବା ଅବସରପ୍ରାପ୍ତ ପ୍ରଫେସରଙ୍କ ନାଁ ଲକ୍ଷ୍ମଣ ବେହେରା।

ଉଭୟ ସେହି ଆପାର୍ଟମେଣ୍ଟରେ ରହନ୍ତି। ତେବେ ଗାଡ଼ି ପାର୍କିଂକୁ ନେଇ ଆଜି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ଏହି ସମୟରେ ଉତ୍‌କ୍ଷିପ୍ତ ଅବସରପ୍ରାପ୍ତ ପ୍ରଫେସର ଗୁଳି ଚଳାଇ ଦେଇଥିଲେ।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।