ନବୀନଙ୍କ ନିଷ୍ପତ୍ତିକୁ ବିରୋଧ, ବାଲେଶ୍ୱରରେ କର୍ମୀ ତାତିଲେ

ଭୁବନେଶ୍ୱର/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେଡି ଆଜି ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ମାତ୍ର କିଛି ଘଣ୍ଟା ନପୁରୁଣୁ ବାଲେଶ୍ୱରରେ ନିଷ୍ପତ୍ତିକୁ ବିରୋଧ କରି ଦଳୀୟ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କ ପ୍ରାର୍ଥୀତ୍ୱକୁ ଦଳୀୟ କର୍ମୀମାନେ ଖୋଲା ବିରୋଧ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ସହ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ତେବେ ଭୁବନେଶ୍ୱର ଆସି […]

7nm

7nm

Tapas Behera
  • Published: Monday, 12 October 2020
  • Updated: 12 October 2020, 09:38 PM IST

ଭୁବନେଶ୍ୱର/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେଡି ଆଜି ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ମାତ୍ର କିଛି ଘଣ୍ଟା ନପୁରୁଣୁ ବାଲେଶ୍ୱରରେ ନିଷ୍ପତ୍ତିକୁ ବିରୋଧ କରି ଦଳୀୟ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କ ପ୍ରାର୍ଥୀତ୍ୱକୁ ଦଳୀୟ କର୍ମୀମାନେ ଖୋଲା ବିରୋଧ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ସହ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି।

ତେବେ ଭୁବନେଶ୍ୱର ଆସି ସ୍ୱରୂପଙ୍କ ଟିକେଟ୍ ନେଇଥିବା ଖୋଦ୍ ରବୀନ୍ଦ୍ର ନେଇଥିବାବେଳେ ପ୍ରାୟ ଏକ ହଜାରରୁ ଅଧିକ ସଂଖ୍ୟକ ଦଳୀୟ କର୍ମୀଙ୍କୁ କିଏ ବାଲେଶ୍ୱର ଦଳୀୟ କାର୍ଯ୍ୟାଳୟ ନିକଟରେ ଏକଜୁଟ କରାଇଲା ତାକୁ ନେଇ ପ୍ରଶ୍ନ ଉଠିଛି। ଗତ ୨୦ବର୍ଷର ଇତିହାସରେ କୌଣସି ଉପନିର୍ବାଚନରେ ପ୍ରଥମଥର ପାଇଁ ଦଳୀୟ ପ୍ରାର୍ଥୀତ୍ୱ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନେଇଥିବା ନିଷ୍ପତ୍ତିକୁ ବିଜେଡି କର୍ମୀମାନେ ସିଧାସଳଖ ଖାରଜ କରିଛନ୍ତି, ଯାହାକି ବିଜେଡିର ତୀବ୍ର ଗୋଷ୍ଠୀକନ୍ଦଳକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ନବୀନ ନିବାସରେ ଦୁଇ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲା। ବାଲେଶ୍ୱର ସଦର ଆସନ ପାଇଁ ସ୍ୱରୂପ କୁମାର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀ ଦାସଙ୍କ ଟିକେଟକୁ ବାଲେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିଜେ ଭୁବନେଶ୍ୱର ଆସି ନେଇଛନ୍ତି। ମାତ୍ର ସେ ଆଜି ବାଲେଶ୍ୱରରେ ପହଂଚିବା ପୂର୍ବରୁ ସନ୍ଧ୍ୟାରେ ତାଙ୍କ ସମର୍ଥନରେ ବାଲେଶ୍ୱର ଦଳୀୟ ଅଫିସ୍ ସମ୍ମୁଖରେ ପ୍ରାୟ ଏକ ହଜାରରୁ ଅଧିକ ବିଜେଡି କର୍ମୀ ଏକଜୁଟ ହୋଇ ରବୀନ୍ଦ୍ର ଜେନାଙ୍କ ସପକ୍ଷରେ ସ୍ଲୋଗାନ ଦେବା ସହ ସ୍ୱରୂପଙ୍କୁ ପ୍ରାର୍ଥୀତ୍ୱକୁ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ନିର୍ବାଚନ ପୂର୍ବରୁ ବାଲେଶ୍ୱର ବିଜେଡିରେ ଏଭଳି ଅପ୍ରୀତିକର ପରିସ୍ଥିତି ଦଳୀୟ ସୁପ୍ରିମୋଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଅବଶ୍ୟ ସେଠାରେ ଉପସ୍ଥିତ ଥିବା ଦଳର ବରିଷ୍ଠ ନେତା ପ୍ରତାପ ଜେନା ଓ ପ୍ରତାପ ଦେବ ଦଳୀୟ କର୍ମୀଙ୍କୁ ବୁଝାସୁଝା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ମାତ୍ର ସେମାନେ ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ଜିଦରେ ଅଟଳ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ସୂତ୍ରରୁ ଜଣାପଡ଼ିଛି ଯେ, ରବୀନ୍ଦ୍ର ଜେନାଙ୍କ ଇସାରାରେ ଦଳୀୟ କର୍ମୀଙ୍କୁ ଏକଜୁଟ କରାଯାଇଛି । କର୍ମୀମାନେ ତାଙ୍କ ସପକ୍ଷରେ ଆସି ଯୁକ୍ତି ବାଢ଼ୁଛନ୍ତି। ଶ୍ରୀ ଜେନା ତ ଜିଲ୍ଲା ସଭାପତି ଅଛନ୍ତ। ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଦାସ ତ ତାଙ୍କର ସହଯୋଗୀ। ଯଦି ଶ୍ରୀ ଜେନା ନିଜେ କିମ୍ବା ତାଙ୍କ ପତ୍ନୀଙ୍କ ପାଇଁ ଟିକେଟ୍ ଚାହୁଁଥିଲେ ତାହା ସେ ଭୁବନେଶ୍ୱରରେ ବିରୋଧ କରିପାରିଥାନ୍ତେ। ଏବେ ଦଳ ନିର୍ବାଚନକୁ ଯିବାକୁ ବସିଥିବାବେଳେ କର୍ମୀମାନଙ୍କୁ ଏକଜୁଟ କରି ଦଳ ଭିତରେ ବାଲେଶ୍ୱରରେ କିଛି ଠିକ୍ ନାହିଁ ବୋଲି ଦର୍ଶାଇବାର ମାନେ କ’ଣ? ଏଭଳି କରି ପରୋକ୍ଷରେ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଶ୍ରୀ ଜେନା ଓ ତାଙ୍କ ସମର୍ଥକମାନେ ଚ୍ୟାଲେଞ୍ଜ କରିଛନ୍ତି। ଯାହାକି ଦଳ ପାଇଁ ଶୁଭଙ୍କର ନୁହେଁ।
ଉପନିର୍ବାଚନ ପ୍ରାର୍ଥୀତ୍ୱକୁ ନେଇ ଦଳୀୟ ନେତୃବୃନ୍ଦ ଏକପାଖିଆ ଭାବେ ନିଷ୍ପତ୍ତି ନେବା ମଧ୍ୟ ଅନୁଚିତ୍। ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବା ବଦଳରେ କିଛି ଅନଭିଜ୍ଞ ନେତାଙ୍କ ଜିଦ୍ ପାଇଁ ଏବେ ବାଲେଶ୍ୱରରେ ବିଜେଡି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ଅସ୍ତ୍ରତ୍ୟାଗ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story