ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ସଙ୍କଳ୍ପ ପାରିତ

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ବିଧାନସଭାରେ ସର୍ବସମ୍ମତି କ୍ରମେ ସଙ୍କଳ୍ପ ପାରିତ ହୋଇଛି। ଧାନ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ ନେଇ ଶାସନ ଦଳ ମୁଖ୍ୟ ସଚେତକ ଆଣିଥିବା ସଂଶୋଧନ ପ୍ରସ୍ତାବକୁ ଗୃହରେ ଅନୁମୋଦନ ମିଳିଛି।

ପାରିତ ହୋଇଥିବା ସଂକଳ୍ପ ପ୍ରସ୍ତାବ ଅନୁସାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ ହେବ। ଯେଉଁଥିରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ସଦସ୍ୟମାନେ ରହିବେ। କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ଧାର୍ଯ୍ୟ କରାଯାଇଥିବା ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ସ୍ଥିର କରିବାକୁ ଦାବି ଜଣାଇବେ।

ଆଜିର ଏହି ସଙ୍କଳ୍ପ ପ୍ରସ୍ତାବ ଉପରେ ଗୃହରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା।