ରିଓ ଅଲିମ୍ପିକ୍ସ ସଫଳତା ପାଇଁ ଭାରତୀୟ ଦଳକୁ ବାଲୁକା କଳା ମାଧ୍ୟମରେ ଶୁଭକାମନା

puriପୁରୀ: ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱକ୍ରୀଡ଼ା ମହାକୁମ୍ଭ- ଅଲିମ୍ପିକ୍ସ ୨୦୧୬। ରିଓ ଅଲିମ୍ପିକ୍ସ ଯାଇଥିବା ଭାରତୀୟ ଦଳକୁ ଶୁଭକାମନା ଜଣାଇ ପୁରୀ ବେଳାଭୂମିରେ  ଆକର୍ଷଣୀୟ ବାଲୁକା କଳା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ୫ଟନ୍ ବାଲିରେ ତିଆରି କରିଥିବା ସୁଦୃଶ୍ୟ ବାଲୁକା କଳା ମାଧ୍ୟମରେ ସେ ସମସ୍ତ ଭାରତୀୟ ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି।

ବିଶେଷ କରି  ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ସମେତ ହକି ଖେଳାଳିଙ୍କୁ ଶୁଭକାମନା ସହ ଓଡ଼ିଆ ଜାତି ଓ ଦେଶର ଗୌରବ ରଖିବେ ବୋଲି ସୁଦର୍ଶନ ଆଶା ପ୍ରକାଶ କରିଛନ୍ତି।