ରିଷି ମୃତ୍ୟୁ ମାମଲା: ବିବାଦୀୟ ସିଡି କୋର୍ଟରେ ଦାଖଲ

ଭୁବନେଶ୍ୱର: ଇଞ୍ଜନିୟରିଂ ଛାତ୍ର ରିଷି ମୃତ୍ୟୁ ଓ ବିବାଦୀୟ ସିଡି ପ୍ରସଙ୍ଗରେ ଭୁବନେଶ୍ୱର ମୟର ଅନନ୍ତ ନାରାୟଣ ଜେନାଙ୍କ ପକ୍ଷରୁ ଦାୟର ହୋଇଥିବା ମାନହାନି ମୋକଦ୍ଦମାର ଶୁଣାଣି ହୋଇଛି। ଏ ସମ୍ପର୍କିତ ବିବାଦୀୟ ଭିଡ଼ିଓ ସିଡିକୁ ଆଜି କୋର୍ଟରେ ଦାଖଲ ହୋଇଛି। ଏହାକୁ ନେଇ ପ୍ରସ୍ତୁତ ହୋଇଥିବା ୩ଟି କପି ଓ ଗଣମାଧ୍ୟମରେ ପ୍ରସାରିତ ନ୍ୟୁଜ୍‌କୁ କୋର୍ଟରେ ଦାଖଲ କରାଯାଇଛି। ନିଆଁଖୁଣ୍ଟା ଡଟ୍‌କମ୍‌ର ପ୍ରୋପାଇଟର ପ୍ରଦୀପ ପାଣ୍ଡେ ଏହାକୁ ଦାଖଲ କରିଛନ୍ତି।