ରିଷି ମୃତ୍ୟ ଘଟଣାର ସିବିଆଇ ତଦନ୍ତ ଦାବିରେ ରାସ୍ତାକୁ ଓହ୍ଲାଇଲେ ଦୁଇଟି କଲେଜର ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିବାଦୀୟ ଇଞ୍ଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲା ପୁଣି ତେଜିଛି। ସିବିଆଇ ତଦନ୍ତ ସହ ମେୟରଙ୍କ ଇସ୍ତଫା ଦାବି କରି ଦୁଇଟି କଲେଜର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଦେବରାୟ କଲେଜର ଛାତ୍ରଛାତ୍ରୀ ଆଜି ସିବିଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଫ୍ଲାକାର୍ଡ ଧରି ନାରାବାଜି କରିଥିଲେ। ସେହିପରି ବେସିକ୍‌ ସାଇନସ୍‌ କଲେଜ ଛାତ୍ରମାନେ ଓୟୁଏଟି ନିକଟରେ ରସ୍ତାରୋକ ସହ ଟାୟାର ଜାଳି ପ୍ରତିବାଦ କରିଥିଲେ। ପୋଲିସ୍‌ ତଦନ୍ତରେ ବିଳମ୍ବ ସହ […]

risi

risi

Rakesh Mallick
  • Published: Wednesday, 25 January 2017
  • Updated: 25 January 2017, 07:17 PM IST

Sports

Latest News

ଭୁବନେଶ୍ୱର: ବିବାଦୀୟ ଇଞ୍ଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲା ପୁଣି ତେଜିଛି। ସିବିଆଇ ତଦନ୍ତ ସହ ମେୟରଙ୍କ ଇସ୍ତଫା ଦାବି କରି ଦୁଇଟି କଲେଜର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଦେବରାୟ କଲେଜର ଛାତ୍ରଛାତ୍ରୀ ଆଜି ସିବିଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଫ୍ଲାକାର୍ଡ ଧରି ନାରାବାଜି କରିଥିଲେ।

ସେହିପରି ବେସିକ୍‌ ସାଇନସ୍‌ କଲେଜ ଛାତ୍ରମାନେ ଓୟୁଏଟି ନିକଟରେ ରସ୍ତାରୋକ ସହ ଟାୟାର ଜାଳି ପ୍ରତିବାଦ କରିଥିଲେ। ପୋଲିସ୍‌ ତଦନ୍ତରେ ବିଳମ୍ବ ସହ ଏହା ସନ୍ତୋଷଜନକ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାର ସିବିଆଇ ତଦନ୍ତ ଓ ମେୟରଙ୍କ ଇସ୍ତଫା ଦାବି କରିଥିଲେ ସେମାନେ। ଆଗାମୀ ଦିନରେ  ସହରର ବିଭିନ୍ନ କଲେଜ ପକ୍ଷରୁ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।

ବିବାଦୀୟ ରିଷି ମୃତ୍ୟୁର ଖୋଳତାଡ଼ ସହ ଭାଇରାଲ ଭିଡ଼ିଓକୁ ନେଇ ମାନହାନୀ ମକଦ୍ଦମା ଆଦି ଦୁଇଟି ମାମଲାର ତଦନ୍ତ କମିଶନରେଟ୍ ପୋଲିସ୍‌ ପକ୍ଷରୁ ଜାରି ରହିଛି। ରିଷିର ମୋବାଇଲ ଫରେନସିକ ଯାଞ୍ଚ ପାଇଁ କମିଶନରେଟ୍‌ ପୋଲିସ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos