ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓକୁ ନେଇ ଅଡିଓ ଟେପ୍‌ ପ୍ରସ୍ତୁତ କଲା ବିଜେପି

ଭୁବନେଶ୍ୱର: ରିଷି ମୃତ୍ୟୁ ଘଟଣା ଓ ମେୟରଙ୍କ ବିବାଦୀୟ ଭାଇରାଲ ଭିଡିଓ ଲିଙ୍କ୍‌ ନେଇ ବିଜେପି ଏକ ଅଡିଓ ଟେପ୍‌ ପ୍ରସ୍ତୁତ କରିଛି। ଯେଉଁଥିରେ ରିଷି ମୃତ୍ୟୁର ସମସ୍ତ ଘଟଣା ରହିଥିବା ଦଳ ପକ୍ଷରୁ କୁହାଯାଇଛି। ଏହାକୁ ସଙ୍ଗୀତ ମାଧ୍ୟମରେ ଉପସ୍ଥାପନ କରାଯାଇଛି। ଏହାକୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି ଦଳ କହିଛି। ଭୁବନେଶ୍ୱର ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ କହିଛନ୍ତି,“ସଙ୍ଗୀତ ମାଧ୍ୟମରେ ରୋଚକ ହୋଇଥିବ ଓ ସମସ୍ତ ତଥ୍ୟ ଥିବା ଏଭଳି ଏକ ଗୀତ ପ୍ରସ୍ତୁତ […]

ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓଙ୍କୁ ନେଇ ଅଡିଓ ଟେପ୍‌ ପ୍ରସ୍ତୁତ କଲା ବିଜେପି

ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓଙ୍କୁ ନେଇ ଅଡିଓ ଟେପ୍‌ ପ୍ରସ୍ତୁତ କଲା ବିଜେପି

Rakesh Mallick
  • Published: Monday, 26 December 2016
  • Updated: 26 December 2016, 07:34 PM IST

Sports

Latest News

ଭୁବନେଶ୍ୱର: ରିଷି ମୃତ୍ୟୁ ଘଟଣା ଓ ମେୟରଙ୍କ ବିବାଦୀୟ ଭାଇରାଲ ଭିଡିଓ ଲିଙ୍କ୍‌ ନେଇ ବିଜେପି ଏକ ଅଡିଓ ଟେପ୍‌ ପ୍ରସ୍ତୁତ କରିଛି। ଯେଉଁଥିରେ ରିଷି ମୃତ୍ୟୁର ସମସ୍ତ ଘଟଣା ରହିଥିବା ଦଳ ପକ୍ଷରୁ କୁହାଯାଇଛି। ଏହାକୁ ସଙ୍ଗୀତ ମାଧ୍ୟମରେ ଉପସ୍ଥାପନ କରାଯାଇଛି। ଏହାକୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି ଦଳ କହିଛି।

ଭୁବନେଶ୍ୱର ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ କହିଛନ୍ତି,“ସଙ୍ଗୀତ ମାଧ୍ୟମରେ ରୋଚକ ହୋଇଥିବ ଓ ସମସ୍ତ ତଥ୍ୟ ଥିବା ଏଭଳି ଏକ ଗୀତ ପ୍ରସ୍ତୁତ କରିଛୁ। ଯାହାକୁ ଆମେ ଜନ ସାଧାରଣଙ୍କ ପାଖକୁ ନେଇକି ଯିବୁ।”

ବିଜେପିର ଏପରି ପଦକ୍ଷେପ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ଦଳ ପକ୍ଷରୁ କୁହାଯାଇଛି,“ମାମଲା କୋର୍ଟରେ ବିଚାରଧୀନ ରହିଛି। ଅନ୍ୟ ସବୁ ପ୍ରସଙ୍ଗକୁ ଏଡ଼ାଇବାକୁ ବିଜେପି ଏପରି ଉଦ୍ୟମ କରୁଛି। ଏହା ସଫଳ ହେବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos