ଗଛରେ ପିଟି ହେଲା କାର୍ ୨ମୃତ: ଜଣେ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ବଡ଼ବାହାଲ ନିକଟ ୧୦ ନମ୍ବର ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ କାର୍‌ଟି ଗଛକୁ ପିଟି ହେବାରୁ ଘଟଣାସ୍ଥଳରେ  ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବତୀ ଆରଣୀ ନାଏକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ମସ୍ନିକାନୀର ରୋଶନ ନାୟକ ଓ ରେଡ଼ାବାହାଲ ଗାଁର ସୁପ୍ରିୟା ପଟେଲ।

ଘଟଣାସ୍ଥଳରେ ଭସ୍ମା ଥାନା ପୋଲିସ  ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ କରୁଛି।