କାର୍‌ ଓଲଟି ୨ମୃତ, ଜଣେ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା କଞ୍ଜରା ନିକଟରେ ଗତକାଲି ବିଳମ୍ବିତ ରାତିରେ କାର୍‌ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତହତମାନେ ଆଠମଲ୍ଲିକର ଏସବିଆଇ କର୍ମଚାରୀ ହୋଇଥିବା ସୂଚନା ମିଳିଛି।

ଆଠମଲ୍ଲିକକୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।