ଜେସିବିକୁ ଧକ୍କା ଦେଲା ବାଇକ୍‌; ଚାଲିଗଲା ଦୁଇଜଣ ନବମ ଶ୍ରେଣୀ ଛାତ୍ରଙ୍କ ପ୍ରାଣ

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଘେଁସ ପେଟୁପାଲି ଛକରେ ଏକ ଜେସିବି ସହ ବାଇକର ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ଆକାଶ କୁମ୍ଭାର, ବାସ୍ତୁଭ ଭୋଇ ଓ ସରୋଜ ପ୍ରଧାନ(୨୭)। ଆକାଶ କୁମ୍ଭାର ଓ ବାସ୍ତୁଭ ଭୋଇ ନବମ ଶ୍ରେଣୀର ଛାତ୍ର।  ସରୋଜ ବାଇକ୍  ଚଲାଉ ଥିଲେ।

ଆକାଶ ଓ ବାସ୍ତୁଭ ଘେଁସରୁ ଟ୍ୟୁସନ ସାରି ଫେରୁଥିଲେ। ଏହି ସମୟରେ କେରମାଲି ଗାଁର ସରୋଜଙ୍କ ସହ  ବାଟରେ ଭେଟ ହୋଇଥିଲା। ସରୋଜଙ୍କ ସହ ବାଇକରେ ଆକାଶ ଓ ବାସ୍ତୁଭ ଘରକୁ ଫେରୁଥିଲେ। ପଟୁପାଲି ଛକଠାରେ ଏକ ଜେସିବି ସହ ସେମାନଙ୍କ ବାଇକ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇ ଛାତ୍ରଙ୍କ ସହ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପେଟିପାଲି଼ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ଜେସିବି ଗାଡ଼ିକୁ ପୋଡ଼ି ଦେଇଛନ୍ତି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।