ପାଚେରି ଭାଙ୍ଗି ବିମାନବନ୍ଦର ଭିତରେ ପଶିଲା କାର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ହାଇ ସିକ୍ୟୁରିଟି ଜୋନ୍‌ରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଦ୍ରୁତ ଗତିରେ ଆସି ପ୍ରଥମେ ଡିଭାଇଡରରେ ପିଟି ହୋଇଥିଲା। ପରେ ଏକ ଗଛରେ ପିଟି ହୋଇ ପାଚେରି ଭାଙ୍ଗି ବିମାନବନ୍ଦର ଭିତରକୁ ପଶିଯାଇଥିଲା। କାର୍‌ରେ ଥିବା ୪ ଜଣ ଯାତ୍ରୀଙ୍କର କିଛି ହୋଇ ନାହିଁ। ସେମାନେ ସୁରକ୍ଷିତ  ଥିବା ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏକ କାର୍‌ଟି ଦ୍ରୁତ ଗତିରେ ଆସି ବିମାନବନ୍ଦରର ସିକ୍ୟୁରିଟି କେବିନ ନମ୍ବର ୧ ନିକଟରେ ଥିବା ଡିଭାଇଡରେ ପିଟି ହୋଇଥିଲା। ପରେ ୩୦ଫୁଟ୍ ଉପକୁ ଉଠିଯାଇ ଏକ ଗଛକୁ ଧକ୍କା ଦେଇଥିଲା। ପରେ ଗଛ ନିକଟରେ ଥିବା ପାଚେରି ଭାଙ୍ଗି ଏୟାରପୋର୍ଟ ଭିତରକୁ ପଶିଯାଇଥିଲା। ସେହି ସମୟରେ କାର୍‌ରେ ଥିବା ୪ଜଣ ଯାତ୍ରୀ ଥିଲେ।  ସେମାନଙ୍କର କିଛି ହୋଇ ନାହିଁ।  ହେଲେ କାର୍‌ର ସମ୍ମୁଖ ଅଂଶଟି ନଷ୍ଟ ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହାସହ କାର୍‌ରେ ଥିବା ୪ଜଣ ଯାତ୍ରୀଙ୍କୁ ପଚରାଉଚରା କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।