ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବୋଲେରୋ

ନୀଳଗିରି(ବିଶ୍ୱମ୍ବର ଦାସ): ଜଣେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲେରୋ। ଏହି ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ। ଗତକାଲି ନୀଳିଗିରି-ମିତ୍ରପୁର ରାସ୍ତାର କେନ୍ଦୁଖୁଣ୍ଟାରେ ଜଣେ ବାଇକ୍ ଚାଳକ ଦ୍ରୁତ ଗତିରେ ରାସ୍ତା ଉପରକୁ ପଳାଇ ଆସିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ବ୍ରେକ୍ ମାରିବାରୁ ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏଥିରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଥିଲେ। ତିନିଜଣଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କ […]

booooooooooo99999999999

booooooooooo99999999999

Tapaswini Nayak
  • Published: Tuesday, 18 June 2019
  • Updated: 18 June 2019, 02:00 PM IST

ନୀଳଗିରି(ବିଶ୍ୱମ୍ବର ଦାସ): ଜଣେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲେରୋ। ଏହି ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ।

ଗତକାଲି ନୀଳିଗିରି-ମିତ୍ରପୁର ରାସ୍ତାର କେନ୍ଦୁଖୁଣ୍ଟାରେ ଜଣେ ବାଇକ୍ ଚାଳକ ଦ୍ରୁତ ଗତିରେ ରାସ୍ତା ଉପରକୁ ପଳାଇ ଆସିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ବ୍ରେକ୍ ମାରିବାରୁ ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏଥିରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଥିଲେ। ତିନିଜଣଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।

ବୋଲେରୋରେ ୧୦ ଜଣ ଯାତ୍ରୀ ଥିଲେ। କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଭଦ୍ରକ ଜିଲ୍ଲା ବାରିପଦା ଅଞ୍ଚଳର ଦୁଇ ପରିବାର ବାଲେଶ୍ୱର ଇମାମି ଜଗନ୍ନାଥ ମନ୍ଦିରରୁ ବୋଲେରୋରେ ଫେରିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos