ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଜଣେ ମୃତ

ନୂଆପଡ଼ା(ମାୟାଧର ସରଫ୍‌): ନୂଆପଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୩୫୩ର ସିଲଦା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଟ୍ରକ୍ ହେଲପରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜଗନ୍ନାଥ କୁଲେସିକା। ଘର ରାୟଗଡ଼ା ଜିଲ୍ଲାରେ।


ସୂଚନା ଅନୁଯାୟୀ, ସିଳଦା ଗାଁ ନିକଟରେ ଏକ ଟ୍ରକ୍ ଠିଆ ହୋଇଥିବା ବେଳେ ରାୟପୁର ଆଡୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଧକ୍କା ଦେଇଥିବା ଟ୍ରକର ହେଲପର୍‌ଙ୍କ ମୃତ୍ୟୁ ଘଟିଥିଲା।