ଯାତ୍ରୀ ବିଶ୍ରାମାଗାରରେ ପିଟିହେଲା ବାଇକ୍

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲାର ହରେକୃଷ୍ଣପୁର ଯାତ୍ରୀ ବିଶ୍ରାମାଗାରରେ ଏକ ବାଇକ୍‌ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଶିବ ପ୍ରସାଦ ସ୍ୱାଇଁ। ତାଙ୍କ ଘର ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ। ଆହତମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ମନମୁଣ୍ଡାରୁ ଦୁଇଟି ବାଇକ୍‌ରେ ଛଅ ଜଣ ଯୁବକ ନୟାଗଡ଼ ଅଭିମୁଖେ ଯାଉଥିଲେ। ଏହି ସମୟରେ ଗୋଟିଏ ବାଇକ୍ ଭାରସାମ୍ୟ ହରାଇ ହରେକୃଷ୍ଣପୁର ଯାତ୍ରୀ ବିଶ୍ରାମଗାରରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ବାଇକ୍ ଚାଳକ ଶିବଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୌଦ୍ଧ ପୁଲିସ୍ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

ରାଲେଗାଡ଼ା ପଞ୍ଚାୟତକୁ ବୋଟ୍ ଦେବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି

ଛତର ଯାତ୍ରା ପାଇଁ ଗାଇଡ୍‌ଲାଇନ୍, ଜାରି ହେବ ୧୪୪ ଧାରା

ଘର ନିର୍ମାଣ ଚାଲିଥିଲା, ହଠାତ୍‌ ଖସିପଡିଲେ ରାଜମିସ୍ତ୍ରୀ

ବିଜେଡି ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ

ତେଲେଙ୍ଗାନାକୁ ୫ କୋଟି ଦେଲେ ଓଡ଼ିଶା ସରକାର

ଉପନିର୍ବାଚନ ତାତି, ମଇଦାନରେ ହେଭିୱେଟ ନେତା

ବିଜେଡି ବିରୁଦ୍ଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱରରେ ସରିଲା, ଦଶହରା ପରେ କଟକ ଓ ପୁରୀରେ ସେରୋ ସର୍ଭେ

ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି

କଂଗ୍ରେସକୁ ବିଜୟମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ

ପୋଖରୀକୁ ଯାଇ ବୁଡ଼ିଗଲେ ୨ ଭଉଣୀ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ସାମିଲ ହେଲେ ୧୫ ଟିମ୍‌