ମର୍ଣ୍ଣିଂଓ୍ୱାକ୍‌ ହେଲା କାଳ: ଟ୍ରଲର ଧକ୍କାରେ ଜଣେ ମୃତ, ୨ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର କୁର୍ମିପଡ଼ା ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମର୍ଣ୍ଣିଂଓ୍ୱାକ୍‌ରେ ଯାଉଥିବା ବେଳେ ଟ୍ରଲର ଧକ୍କାରେ ତାଙ୍କ  ମୃତ୍ୟୁ  ଘଟିଛି। ଦୁର୍ଘଟଣାରେ ଅନ୍ୟ ୨ ଜଣ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ ବେଲପାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା  ପରେ ଡ୍ରାଇଭର ଫେରାର ହୋଇଯାଇଛି। ଟ୍ରଲରଟି ଛତିଶଗଡ଼ ଆଡ଼କୁ ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।