ପାୱାର ହାଉସ୍‌ ଛକରେ ଦବି ଗଲା ରାସ୍ତା, ଗଳି ଗଲା ସ୍କୁଲ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ରଜରାସ୍ତା ଦବିଗଲା। ସ୍କୁଲ ବସ୍‌ ଯାଉଥିବା ବେଳେ ଦବି ଯାଇଥିଲା। ପାୱାର ହାଉସ୍‌ରୁ ସିଆର୍‌ପି ଯାଉଥିବା ରାସ୍ତାରେ ୫ ଫୁଟ୍‌ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ପୂର୍ତ୍ତ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଲି ପକାଇ ଉକ୍ତ ଗର୍ତ୍ତକୁ ପୋତିବାକୁ ଉଦ୍ୟମ ଆରମ୍ଭ କରିଛି। ରାଜଧାନୀରେ ବିଦ୍ୟୁତ୍‌କରଣ ପାଇଁ ମାଟି ତଳେ ଗ୍ରୀଡିଂ କରାଯାଉଥିବା ନର୍ଦ୍ଦମା ପାଇପ୍‌ରେ ବାଜି ଫାଟି ଯାଇଥିଲା। ସେଠାରୁ ଧୀରେଧୀରେ ପାଣି ଉପରକୁ ବାହାରୁ ଥିଲା। ଆଜି ମଧ୍ୟାହ୍ନ […]

road damage in bbsr

road damage in bbsr

Rakesh Mallick
  • Published: Monday, 12 February 2018
  • Updated: 12 February 2018, 05:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ରଜରାସ୍ତା ଦବିଗଲା। ସ୍କୁଲ ବସ୍‌ ଯାଉଥିବା ବେଳେ ଦବି ଯାଇଥିଲା। ପାୱାର ହାଉସ୍‌ରୁ ସିଆର୍‌ପି ଯାଉଥିବା ରାସ୍ତାରେ ୫ ଫୁଟ୍‌ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ପୂର୍ତ୍ତ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଲି ପକାଇ ଉକ୍ତ ଗର୍ତ୍ତକୁ ପୋତିବାକୁ ଉଦ୍ୟମ ଆରମ୍ଭ କରିଛି।

ରାଜଧାନୀରେ ବିଦ୍ୟୁତ୍‌କରଣ ପାଇଁ ମାଟି ତଳେ ଗ୍ରୀଡିଂ କରାଯାଉଥିବା ନର୍ଦ୍ଦମା ପାଇପ୍‌ରେ ବାଜି ଫାଟି ଯାଇଥିଲା। ସେଠାରୁ ଧୀରେଧୀରେ ପାଣି ଉପରକୁ ବାହାରୁ ଥିଲା। ଆଜି ମଧ୍ୟାହ୍ନ ବେଳେ ଏକ ସ୍କୁଲ ବସ୍‌ ସେହି ରାସ୍ତାରେ ଯାଉଥିବା ବେଳେ ଦବି ଯାଇଥିଲା। ବସ୍‌କୁ ବାହାରିବା ପାଇଁ ନାକେଦମ ହେବାକୁ ପଡ଼ିଥିଲା। ପରେ ବହୁ କଷ୍ଟରେ ବସ୍‌କୁ ବାହାର କରାଯାଇଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ବାଲି ପକାଇ ଉକ୍ତ ଗର୍ତ୍ତକୁ ପୋତିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ବିଦ୍ୟୁତ କାରଣ ପାଇଁ ଗ୍ରୀଡିଂ କରୁଥିବା ଠିକା ସଂସ୍ଥା ମ୍ୟାଚରେ ଡ୍ରେନ୍‌ଜ ପାଇପ କେଉଁଠି ଯାଇଛି କଣ ଜାଣିନଥିଲେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos