କୋଦାଳ ଧରି ରାସ୍ତା କାମ କଲେ ବିଧାୟକ

ନବରଙ୍ଗପୁର (ନବଘନ ବିଷୋୟୀ):ଲୋକଙ୍କ ସମସ୍ୟା ସମାଧାନ ସହ ଦୁଃଖ ବୁଝିବାକୁ ନିର୍ବାଚିତ ହୋଇଥାନ୍ତି ଲୋକପ୍ରତିନିଧୀ।  ଥରେ ନିର୍ବାଚିତ ହେବା ପରେ କେତେ ଆନ୍ତରିକତାର ସହ ସେମାନେ ଲୋକଙ୍କ କଥା ବୁଝିଥାନ୍ତି ତଥା ଉନ୍ନୟନ ମୂଳକ କାମ କରିଥାନ୍ତି, ତାହା ଊଣାଅଧିକେ ସମସ୍ତେ ଜାଣିଥିବେ। ନିର୍ବାଚନ ପୂର୍ବରୁ ମାଳମାଳ ପ୍ରତିଶ୍ରୁତି ଦେଉଥିବା ରାଜନେତାଙ୍କର କିନ୍ତୁ ନିର୍ବାଚନ ପରେ ଆଉ କିଛି ଦେଖା ମିଳେ ନାହିଁ। ହେଲେ ଏଥିରେ ବ୍ୟତିକ୍ରମ ସାଜିଛନ୍ତି ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। […]

mla-1.1..

mla-1.1..

Niharika Rout
  • Published: Sunday, 21 July 2019
  • Updated: 21 July 2019, 12:55 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ):ଲୋକଙ୍କ ସମସ୍ୟା ସମାଧାନ ସହ ଦୁଃଖ ବୁଝିବାକୁ ନିର୍ବାଚିତ ହୋଇଥାନ୍ତି ଲୋକପ୍ରତିନିଧୀ।  ଥରେ ନିର୍ବାଚିତ ହେବା ପରେ କେତେ ଆନ୍ତରିକତାର ସହ ସେମାନେ ଲୋକଙ୍କ କଥା ବୁଝିଥାନ୍ତି ତଥା ଉନ୍ନୟନ ମୂଳକ କାମ କରିଥାନ୍ତି, ତାହା ଊଣାଅଧିକେ ସମସ୍ତେ ଜାଣିଥିବେ।

ନିର୍ବାଚନ ପୂର୍ବରୁ ମାଳମାଳ ପ୍ରତିଶ୍ରୁତି ଦେଉଥିବା ରାଜନେତାଙ୍କର କିନ୍ତୁ ନିର୍ବାଚନ ପରେ ଆଉ କିଛି ଦେଖା ମିଳେ ନାହିଁ। ହେଲେ ଏଥିରେ ବ୍ୟତିକ୍ରମ ସାଜିଛନ୍ତି ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ।

ଯେଉଁଠି ଲୋକପ୍ରତିନିଧୀ ଏସି କାର୍‌ରୁ ବାହାରି ଗାଁ ମାଟିରେ ପାଦ ଦେବା କଷ୍ଟକର, ସେଠାରେ ବିଧାୟକ ରନ୍ଧାରୀ ହାତରେ କୋଦାଳ ଧରି ଗାଁର ମାଟି ରାସ୍ତାକୁ ସମତୁଲ କରୁଥିବା ଦେଖିବାକୁ ମିଳିଛି । ଝିପିଝିପି ବର୍ଷାରେ ନିଜେ ଓଦା ହୋଇ ହାତରେ କୋଦାଳ ଧରି  ରାସ୍ତା କାମ କରି ଚର୍ଚ୍ଚାକୁ ଆସିଛନ୍ତି ରନ୍ଧାରୀ ।

ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଧାନ ଜମିରେ କାମ କରୁଥିବା ମହିଳା ଶ୍ରମିକଙ୍କ ପାଇଁ ରେନ କୋଟ, ଚା, ବିସ୍କୁଟ ବାଣ୍ଟିବା ଲାଗି ଶନିବାର ବାହାରିଥିଲେ ବିଧାୟକ ରନ୍ଧାରୀ । ଏଥିନିମନ୍ତେ ନିଜ କର୍ମୀଙ୍କ ସହ ସେ ପାପଡ଼ହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର କଣ୍ଟାସରରୁ ଜବାଗୁଡ଼ା ରାସ୍ତାରେ ଯାଉଥିଲେ।

ହେଲେ ରାସ୍ତା ଖରାପ ଥିବାରୁ ଓ ବର୍ଷା ଦିନ ହୋଇଥିବାରୁ କାଦୁଅ ରାସ୍ତାରେ ଗାଡ଼ି ଗଡ଼ିବା ସମ୍ଭବପର ହୋଇପାରି ନ ଥିଲା। ଉପସ୍ଥିତ କର୍ମୀ କିଛି ବୁଝିବା ପୂର୍ବରୁ ବିଧାୟକ ନିଜେ ଗାଡିରୁ ଓହ୍ଲାଇ ପଡ଼ିଥିଲେ। ଏହା ପରେ ସେ ନିକଟରେ ଥିବା ମୋରମ ଆଣି ରାସ୍ତାରେ ପକାଇବା ସହ ରାସ୍ତାକୁ ସମତୁଲ କରିଥିଲେ। ଫଳରେ ରାସ୍ତା ଗମନାଗମନ ଉପଯୋଗୀ  ହୋଇ ପାରିଥିବା ଜଣାଯାଇଛି।  ବିଧାୟକଙ୍କ ଏପରି କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ଅନ୍ୟ ଲୋକ ପ୍ରତିନିଧୀଙ୍କ ଲାଗି ଉଦାହରଣ ପାଲଟିଛି।

ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ଅଦ୍ୟାବଧୀ ୧୦୫ ଗ୍ରାମକୁ ପକ୍କା ରାସ୍ତା ନାହିଁ ଓ ଖାସ୍‌ କରି ମୈଦାଲପୁର ଅଞ୍ଚଳର ୨୦ ଗ୍ରାମକୁ ରାସ୍ତା ନ ଥିବା କହିଛନ୍ତି ବିଧାୟକ। ତୁରନ୍ତ ଏହି ରାସ୍ତାଗୁଡ଼ିକୁ ଚିହ୍ନଟ କରି ମରାମତି କରିବାକୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି  ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଡାବୁଗାଁ କଂଗ୍ରେସର ଗଡ଼ ଥିଲ ଓ ଭୂଜବଲ ମାଝୀ ଏଠାକାର ବିଧାୟକ ଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos