ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

ଭୁବନେଶ୍ୱର: କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଆଜିଠାରୁ ଭୁବନେଶ୍ୱରରେ ୨୮ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ପୋଲିସ ଡିଜି କେବି ସିଂହ ଏହାକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପୋଲିସ କମିଶନର ୱାଇ.ବି. ଖୁରାନିଆ ଓ ଅଭିନେତା ସବ୍ୟସାଚୀ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ଟ୍ରାଫିକ୍‌ ପୋଲିସ ଷ୍ଟେସନରେ ଏକ ନୂଆ ଅଡିଟୋରିୟମର ଶୁଭାରମ୍ଭ କରାଯାଇଛି।

କଟକରେ ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।  କଟକ ଡିସିପି ସଞ୍ଜିବ ଆରୋରା ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ। ମଧୁପାଟଣା ଛକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରାଫିକ୍‌ ଏସିପି ପ୍ରଦୀପ କୁମାର ଦଳାଇଙ୍କ ସହ ବହୁ ଅଧିକାରୀ ଯୋଗଦେଇଥିଲେ।