ରାଉରକେଲା ହାଇଟେକ୍ ମେଡିକାଲ କଲେଜ ଆଡମିଶନ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ରାଉରକେଲା: ରାଜ୍ୟର ଦୁଇଟି ପ୍ରମୁଖ ମେଡିକାଲ କଲେଜର ୧୫୦ ସିଟରେ ଆଡମିଶନ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ସେହି ମେଡିକାଲ କଲେଜ ଗୁଡିକ ହେଲେ ରାଉରକେଲା ହାଇଟେକ୍ ମେଡିକାଲ କଲେଜ (୧୦୦ସିଟ) ଓ ଭୁବନେଶ୍ୱର କିମସ ମେଡିକାଲ କଲେଜ (୫୦ ସିଟ)। ଫଳରେ ଏହି ଦୁଇ କଲେଜରେ ଆଡମିଶନ କରିଥିବା ପିଲାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଚାଲିଯାଇଛି। ୪ ସପ୍ତାହ ମଧ୍ୟରେ କଲେଜର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ରାଉରକେଲା ହାଇଟେକ ମେଡିକାଲକୁ […]

kims-hi-tech-supreme-court

kims-hi-tech-supreme-court

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 04:43 PM IST

Sports

Latest News

ରାଉରକେଲା: ରାଜ୍ୟର ଦୁଇଟି ପ୍ରମୁଖ ମେଡିକାଲ କଲେଜର ୧୫୦ ସିଟରେ ଆଡମିଶନ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ସେହି ମେଡିକାଲ କଲେଜ ଗୁଡିକ ହେଲେ ରାଉରକେଲା ହାଇଟେକ୍ ମେଡିକାଲ କଲେଜ (୧୦୦ସିଟ) ଓ ଭୁବନେଶ୍ୱର କିମସ ମେଡିକାଲ କଲେଜ (୫୦ ସିଟ)। ଫଳରେ ଏହି ଦୁଇ କଲେଜରେ ଆଡମିଶନ କରିଥିବା ପିଲାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଚାଲିଯାଇଛି। ୪ ସପ୍ତାହ ମଧ୍ୟରେ କଲେଜର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ରାଉରକେଲା ହାଇଟେକ ମେଡିକାଲକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ସ୍ଥିତ କିମସ୍ ମେଡିକାଲ କଲେଜର ୫୦ ସିଟରେ ଆଡମିଶନ ଉପରେ ମଧ୍ୟ ସୁପ୍ରିମକୋର୍ଟ ସ୍ଥିଗିତାଦେଶ ଦେଇଛନ୍ତି। ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜ୍ ଆଡମିଶନକୁ ନେଇ ବିବାଦ ବଢୁଥିବା ବେଳେ, ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ବା କିମସ୍ ମେଡିକାଲ କଲେଜକୁ ନେଇ ମଧ୍ୟ ବିବାଦ ସମ୍ମୁଖକୁ ଆସିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଡମିଶନ ମାମଲା ଉପରେ ଏମସିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ସୂଚନାଯୋଗ୍ୟ, ଆଇନ ଉଲ୍ଲଂଘନ କରି ହାଇଟେକ୍ ମେଡିକାଲ କଲେଜର ୧୦୦ ସିଟରେ ନାମଲେଖା ନେଇ ସୁପ୍ରିମକୋର୍ଟ ଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସୁପ୍ରିମକୋର୍ଟରେ ପୃଥକ ପୃଥକ ୩ଟି ସ୍ପେଶାଲ୍ ଲିଭ୍ ପିଟିସନ୍ ଦାଖଲ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି। ଆଡମିଶନ୍ ପ୍ରକ୍ରିୟାରେ ଏଆଇପିଏମଟି ରାଙ୍କଧାରୀ ବାଦ୍ ପଡିଥିବା ଓ ଓଜେଇଇକୁ ସାମିଲ କରି ନ ଥିବା ନେଇ ଓଜେଇଇ କର୍ତ୍ତୃପକ୍ଷ ନିଜ ତରଫରୁ ଆବେଦନ କରିଛନ୍ତି। ସେହିପରି କିମସରେ ୧୫୦ଟି ସିଟରେ ଆଡମିଶନ ପାଇଁ ଏମସିଆଇ ପାଖରେ କିମସ୍ କର୍ତ୍ତୃପକ୍ଷ ଆବେଦନ କରିଥିଲେ। ତେବେ ସଠିକ୍ ଭିତ୍ତିଭୂମି ନ ଥିବା ଦର୍ଶାଇ କେବଳ ୧୦୦ଟି ସିଟରେ ଆଡମିଶନ ପାଇଁ କିମସ୍ କର୍ତ୍ତୃପକ୍ଷ ଅନୁମତି ପାଇଥିଲେ। ତେବେ ହାଇକୋର୍ଟ ଅନ୍ୟ ୫୦ ସିଟରେ ଆଡମିଶନ ପାଇଁ ଏମସିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ୫୦ଟି ସିଟ୍ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos