ରାଉରକେଲା: ୨ ମାଓବାଦୀଙ୍କ ଆତ୍ମସମର୍ପଣ

ରାଉରକେଲା: ରାଉରକେଲା ପୋଲିସ ନିକଟରେ ଆଜି ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି। ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଲେ ସଞ୍ଜୟ ମୁଣ୍ଡା ଏବଂ ସୁନୀତା ମୁଣ୍ଡାରୀ। ଏମାନେ ସୁନ୍ଦରଗଡ଼-ଦେବଗଡ଼ ସୀମାନ୍ତରେ ସକ୍ରିୟ ଥିଲେ। ଗତ ଜୁନ ୨୩ ଓ ୨୮ ତାରିଖରେ ଗୁରୁଣ୍ଡିଆ ଥାନାର କେଲୋ ଜଙ୍ଗଲରେ ପୋଲିସ ସହ ହୋଇଥିବା ଗୁଳି ବିନିମୟରେ ଏମାନେ ସାମିଲ ଥିଲେ। ସଞ୍ଜୟଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ […]

maobadi

maobadi

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 08:54 PM IST

Sports

Latest News

ରାଉରକେଲା: ରାଉରକେଲା ପୋଲିସ ନିକଟରେ ଆଜି ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି। ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଲେ ସଞ୍ଜୟ ମୁଣ୍ଡା ଏବଂ ସୁନୀତା ମୁଣ୍ଡାରୀ। ଏମାନେ ସୁନ୍ଦରଗଡ଼-ଦେବଗଡ଼ ସୀମାନ୍ତରେ ସକ୍ରିୟ ଥିଲେ।

ଗତ ଜୁନ ୨୩ ଓ ୨୮ ତାରିଖରେ ଗୁରୁଣ୍ଡିଆ ଥାନାର କେଲୋ ଜଙ୍ଗଲରେ ପୋଲିସ ସହ ହୋଇଥିବା ଗୁଳି ବିନିମୟରେ ଏମାନେ ସାମିଲ ଥିଲେ। ସଞ୍ଜୟଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ସାନବାଲିଜୋରରେ ହୋଇଥିବା ବେଳେ ସୁନିତାଙ୍କ ଘର ବିହାରର ଲତେହାର। ରାଉରକେଲା ଏସ୍‌ପି ଏବଂ ସିଆରପିଏଫ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏମାନେ ଆତ୍ମସମର୍ପଣ କରିଛନ୍ତି।

ରାଉରକେଲା ଏସ୍‌ପି ଅନିରୁଦ୍ଧ କୁମାର ସିଂହ କହିଛନ୍ତି, “ସରକାରଙ୍କ ଆତ୍ମସମର୍ପଣ ନିୟମ ଅନୁସାରେ ସମସ୍ତ ପ୍ରକାର ସହାଯ୍ୟ ଯୋଗାଇ ଦିଆଯିବ। ୨୦୧୦ ମସିହାରେ ଏମାନେ ମାଓବାଦୀ ସଂଗଠନରେ ଏମାନେ ସାମିଲ ହୋଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos