ରାଉରକେଲା ରେଳବାଇରେ ଚାକିରି ଦେବା ନାଁରେ ଠକେଇ: ଜଣେ କର୍ମଚାରୀ ସମେତ ୩ ଗିରଫ  

ରାଉରକେଲା:ରାଉରକେଲା ରେଳବାଇରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ରେଳବାଇର ମେକାନିକାଲ ଫିଟର ହ୍ୟାରି ଆନ୍ଥୋନୀଙ୍କ ସମେତ ୨ଜଣଙ୍କୁ  ବନ୍ଧମୁଣ୍ଡା ପୋଲିସ୍‌ ଗିରଫ କରିଛି। ସେମାନେ ହେଲେ ବିଲକାନ ଭେଙ୍ଗରା ଓ ସୁଗାନ ଗୁଡ଼ିଆ।

ମିଳିଥିବା ସୂଚନା ଅନୁୟାୟୀ ଏହି ଅଭିଯୁକ୍ତମାନେ ରାଉରକେଲା ରେଳବାଇରେ ଚାକିରି ଦେବା ପାଇଁ ୧୯ଲକ୍ଷ ଟଙ୍କା ଠକି ନେଇ ଜାଲ ନିୟୁକ୍ତିପତ୍ର ଦେଇଥିବା ଅଭିଯୋଗ ହୋଇଛି। ପୋଲିସ୍‌  ଅଭିଯୁକ୍ତଙ୍କ ପାଖରୁ ବହୁ କାଗଜପତ୍ର ଜବତ କରିଛି। ଏ ନେଇ ଅଧିକ ଅନୁସନ୍ଧାନ ଚାଲିଥିବା ପୋଲିସ୍‌  ପକ୍ଷରୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।