‘ରାଉରକେଲାରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ହୋଇନି’

ଭୁବନେଶ୍ୱର: ରାଉରକେଲାରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ହୋଇନି। ଇନ୍ଦିରା ଗାନ୍ଧି ପାର୍କରେ ଗୋଟିଏ ପକ୍ଷୀ ଓ ପାନପୋଷ ଗୋଟିଏ କାଉ ବାର୍ଡ଼ ଫ୍ଲୁରେ ମରିଛନ୍ତି। କିନ୍ତୁ ବାର୍ଡ଼ ଫ୍ଲୁ ଯୋଗୁଁ କୌଣସି ସ୍ଥାନରେ କୁକୁଡ଼ା ପ୍ରଭାବିତ ହୋଇନାହାନ୍ତି ବୋଲି ପଶୁ ସମ୍ପସ ସଚିବ ବିଷ୍ଣୁପଦ ସେଠୀ ଆଜି କହିଛନ୍ତି। ସେ କହିଛନ୍ତି,“କେନ୍ଦୁଝରରେ ନମୁନା ସଂଗ୍ରହ କରାଯାଇଛି। ପ୍ରାଥମିକ ତଦନ୍ତରୁ ଥଣ୍ଡାରୁ କାଉଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭଦ୍ରକରେ ରାନିକ୍ଷେତ ରୋଗରେ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି।” ଅନ୍ୟପକ୍ଷରେ ଆଜି […]

bishnupada sethi

bishnupada sethi

Rakesh Mallick
  • Published: Monday, 02 January 2017
  • Updated: 02 January 2017, 09:56 PM IST

ଭୁବନେଶ୍ୱର: ରାଉରକେଲାରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ହୋଇନି। ଇନ୍ଦିରା ଗାନ୍ଧି ପାର୍କରେ ଗୋଟିଏ ପକ୍ଷୀ ଓ ପାନପୋଷ ଗୋଟିଏ କାଉ ବାର୍ଡ଼ ଫ୍ଲୁରେ ମରିଛନ୍ତି। କିନ୍ତୁ ବାର୍ଡ଼ ଫ୍ଲୁ ଯୋଗୁଁ କୌଣସି ସ୍ଥାନରେ କୁକୁଡ଼ା ପ୍ରଭାବିତ ହୋଇନାହାନ୍ତି ବୋଲି ପଶୁ ସମ୍ପସ ସଚିବ ବିଷ୍ଣୁପଦ ସେଠୀ ଆଜି କହିଛନ୍ତି।

ସେ କହିଛନ୍ତି,“କେନ୍ଦୁଝରରେ ନମୁନା ସଂଗ୍ରହ କରାଯାଇଛି। ପ୍ରାଥମିକ ତଦନ୍ତରୁ ଥଣ୍ଡାରୁ କାଉଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭଦ୍ରକରେ ରାନିକ୍ଷେତ ରୋଗରେ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି।”

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ଏକ ବିଶେଷଜ୍ଞ ଦଳ ରାଉରକେଲା ଆଇଜି ପାର୍କ ଚିଡ଼ିଆଖାନା ପରିଦର୍ଶନ କରିଛନ୍ତି। ସେମାନଙ୍କ ସାଙ୍ଗରେ ରାଉରକେଲା ଏଡିଏମ୍‌ଓ ଡିଏଫ୍‌ଓ ଯାଇଥିଲେ। ପରେ ଏହି ବିଶେଷଜ୍ଞ ଟିମ୍‌ସିଆଇଏସ୍‌ଏଫ୍‌କଲୋନୀକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଠାରେ ଆଜି ୨୦ଟି କାଉ ମରିପଡ଼ିବା ଦେଖିବାକୁ ମିଳିଥିଲା।

ରାଉରକେଲା ସହରରେ ବାର୍ଡ଼ ଫ୍ଲୁ ମୁକାବିଲା ପାଇଁ ଆଜି ଏଡିଏମ୍‌ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ରାଉରକେଲା ନିକଟସ୍ଥ ୪ଟି ଗାଁରେ କୁକୁଡ଼ା ମରିଥିବା ଖବର ମିଳିବା ପରେ ସେଠାକୁ ମଧ୍ୟ ଏହି ବିଶେଷଜ୍ଞ ଟିମ୍‌ ଯାଇଥିଲା।

ଭୁବନେଶ୍ୱର ଏଡିଆରଆଇ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଲୋକନାଥ ବେହେରା କହିଛନ୍ତି,“ସୁରକ୍ଷା ଦୃଷ୍ଟିରୁ ଯେଉଁଠି କାଉ ମରି ପଡ଼ିଛି ସେଠାରେ ତାଙ୍କୁ ପୋଡି ଦିଆଯିବ ଏବଂ ବ୍ଲିଚିଂ ପକାଇ ପୋତି ଦିଆଯିବ। ଏ ସମ୍ପର୍କରେ କର୍ମଚାରୀଙ୍କୁ ତାଲିମ ମଧ୍ୟ ଦିଆଯିବ।”

ରାଉରକେଲା ଏଡିଏମ୍‌ମନୀଷା ବାନାର୍ଜୀ କହିଛନ୍ତି,“ବର୍ତ୍ତମାନ ୪ଟି ଟିମ୍‌ ସହରଠାରୁ ୧୦ କିମି ଭିତରେ ରକ୍ତ ନମୂନା ସଂଗ୍ରହ ଓ ସର୍ଭେ କରୁଛନ୍ତି।”

କେନ୍ଦ୍ରାପଡ଼ା ଜିଲ୍ଲା ଖରନାସୀ ଗାଁରେ ଗତ ୩ ଦିନରେ ଶତାଧିକ କୁକୁଡ଼ା ମରିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ଏକ ୪ ଜଣିଆ ବିଶେଷଜ୍ଞ ଟିମ୍‌ ଗାଁରେ ପହଞ୍ଚି କୁକୁଡାଙ୍କ ରକ୍ତ ନମୂନା ସଂଗ୍ରହ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story