ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ୨ଶ୍ରମିକ ଆହତ

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ପୁଣି ଦୁର୍ଘଟଣା ଘଟିଛି। ବ୍ଲାଷ୍ଟ ଫର୍ଣ୍ଣେସ୍‌-୧ରେ ଗ୍ୟାସ୍‌ କ୍ଲିନିଂ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ ୨ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଇସ୍ପାତ ଜେନେରାଲ (ଆଇଜିଏଚ୍‌) ହସପିଟାଲରେ ଭର୍ତ୍ତି କରାଯାଇଛି।

ଆହତ ଦ୍ୱୟ ହେଲେ ସାକିଆ ସୋରେନ୍ ଓ ପଲଟନ ବାରି। ଉଭୟ ଏସାର କଂପାନୀରୁ ଠିକା କାମ ନେଇଥିବା ଅମ୍ବିକା ଏଣ୍ଟରପ୍ରାଇଜେସ୍‌ର ବୋଲି ଜଣାପଡ଼ିଛି।

ଏ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି।

ଆର୍‌ଏସ୍‌ପିରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ବିଭିନ୍ନ ଶ୍ରମକ ସଂଗଠନ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି।

କିଛି ଦିନ ପୂର୍ବରୁ ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍‌ ଲିକ୍‌ ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।