ଦଶହରାରେ ଖୋଲା ରହିବ RTO ଅଫିସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବ RTO ଅଫିସ୍। ଏନେଇ ଏସ୍‌ଟିଏ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସୂଚନା ମୁତାବକ,୨୪ ଏବଂ ୨୬ ତାରିଖ ଦିନ ସମସ୍ତ RTO ଅଫିସ୍ ଖୋଲା ରହିବ। ଉଭୟ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଖୋଲା ରହିବ। ସୂଚନାଯୋଗ୍ୟ, ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ  ପୂଜା […]

bbsr

bbsr

Tapaswini Nayak
  • Published: Thursday, 22 October 2020
  • Updated: 22 October 2020, 02:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବ RTO ଅଫିସ୍। ଏନେଇ ଏସ୍‌ଟିଏ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

ସୂଚନା ମୁତାବକ,୨୪ ଏବଂ ୨୬ ତାରିଖ ଦିନ ସମସ୍ତ RTO ଅଫିସ୍ ଖୋଲା ରହିବ। ଉଭୟ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଖୋଲା ରହିବ।

ସୂଚନାଯୋଗ୍ୟ, ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ  ପୂଜା ପାଇବେ ଦୁର୍ଗତିନାଶିନୀ । ବିଧି ଅନୁଯାୟୀ ଷଷ୍ଠୀ ପୂଜା ପରେ ଆଜି ବେଲ ବରଣୀ ଏବଂ ପରେ ଚକ୍ଷୁଦାନ ଆଦି ନୀତିକାନ୍ତି ରହିଛି । ବିଧି ରକ୍ଷା ପାଇଁ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ହୋଇଛି।

ହେଲେ କୋଭିଡ କଟକଣା ପାଇଁ ଭକ୍ତ ଏଥର ମା’ଙ୍କୁ  ସିଧାସଳଖ ଦର୍ଶନ କରିପାରିବେ ନାହିଁ।  ଅଧିକାଂଶ ମଣ୍ଡପର କର୍ମକର୍ତ୍ତା ସ୍ୱର୍ଣ୍ଣ-ଚାନ୍ଦି ଅଳଙ୍କାରରେ ଆଭୂଷଣ ନକରି ତା ସ୍ଥାନରେ ନକଲି ଅଳଙ୍କାର ଓ ରଂଗୀନ ଜରି ମେଢରେ କାମ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos