ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବଙ୍ଗୋପସାଗରେ ଘୂର୍ଣ୍ଣିଝଡ ‘ରୁଆନୁ’ ଏବଂ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଏସ୍‌ଆରସି ଏବଂ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇ କହିଛନ୍ତି, “ଆଜି ଓ ଆସନ୍ତାକାଲି ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଡିପ୍‌ ଡିପ୍ରେସନ୍ ଥିଲା ଏହା ବାତ୍ୟାରେ ପରିଣତ ହୋଇଛି। ହେଲେ ପବନର ବେଗ ୧୦୦ କିଲୋମିଟରରୁ […]

cm

cm

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 09:33 AM IST

Sports

Latest News

ଭୁବନେଶ୍ୱର:ବଙ୍ଗୋପସାଗରେ ଘୂର୍ଣ୍ଣିଝଡ ‘ରୁଆନୁ’ ଏବଂ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଏସ୍‌ଆରସି ଏବଂ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇ କହିଛନ୍ତି, “ଆଜି ଓ ଆସନ୍ତାକାଲି ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଡିପ୍‌ ଡିପ୍ରେସନ୍ ଥିଲା ଏହା ବାତ୍ୟାରେ ପରିଣତ ହୋଇଛି। ହେଲେ ପବନର ବେଗ ୧୦୦ କିଲୋମିଟରରୁ କମ୍ ରହିବ । ତେଣୁ ଉପକୂଳ ଜିଲ୍ଲାରେ  ଯାହାକିଛି ପଦକ୍ଷେପ ନିଆଯିବା ଦରକାର ଏ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ।  ଆଜି ସନ୍ଧ୍ୟାରେ ଭିଡିଓ କନ୍‌ଫରେନସିଂ ଯୋଗେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯିବ। ବର୍ତ୍ତମାନ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କଣ୍ଟ୍ରୋଲ୍ ରୁମ, ଖାଦ୍ୟ ଯୋଗାଣ, ଶକ୍ତି, ଓଡ୍ରାଫ୍ ଟିମ୍ ଆଲର୍ଟ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ପାଣିପାଗ କେନ୍ଦ୍ରର ମୁଖ୍ୟ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି,“ ଗତକାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ –ପଶ୍ଚିମ ବଙ୍ଗୋପସାଗରେ ଯେଉଁ ଡିପ୍‌ ଡିପ୍ରେସନ୍ ଥିଲା ଏହା ଗତ ୬ଘଣ୍ଟା ମଧ୍ୟରେ ୮ କିଲୋମିଟର ଅତିକ୍ରମ କରି ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମ ‘ରୁଆନ୍‌’ରେ ପରିଣତ ହୋଇଛି। ଯାହା ଗୋପାଳପୁର ଠାରୁ ୫୯୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଛି। ଏହା ପ୍ରଥମେ ଉତ୍ତର ଓ ଉତ୍ତର-ପଶ୍ଚିମ ଦେଇ ଗତି କରିବ ଆନ୍ଧ୍ର ଉପକୂଳରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବାର ସମ୍ଭାବନା ରହିଛି। ଓଡ଼ିଶାରେ ଥିବା ୪ ଟି ବନ୍ଦରରେ ୨ ନମ୍ୱର  ବିପଦ ସଙ୍କେତ ଦିଆଯାଇଛି। ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos