ସପ୍ତମ ବେତନ କମିଶନ୍ ସୁପାରିଶ ଲାଗୁ ପ୍ରସଙ୍ଗରେ ଫିଟ୍‌ମେଣ୍ଟ୍ କମିଟିର ବୈଠକ

ଭୁବନେଶ୍ୱର: ରାଜ୍ୟରେ ସପ୍ତମ ବେତନ କମିଶନ୍ ସୁପାରିଶ ଲାଗୁ ପ୍ରସଙ୍ଗରେ ଗଠିତ ଫିଟ୍‌ମେଣ୍ଟ୍ କମିଟିର ଏକ ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୫ଟି ବିଭାଗର ସଚିବ ଉପସ୍ଥିତ ଥିଲେ।

ପୂର୍ବରୁ ଏହି କମିଟି ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ସହିତ ଆଲୋଚନା କରିଥିଲା। ଆଜି ସେହିଗୁଡ଼ିକର ତର୍ଜମା କରାଯାଇଥିଲା।