ସର୍ବଦଳୀୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ନ ଥିଲା: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ମହାନଦୀ ବିବାଦ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଡାକିଥିବା ସର୍ବଦଳୀୟ ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇ ନ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ପ୍ରସାଦ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ସର୍ବଦଳୀୟ ବୈଠକରେ ମୁଁ ଯୋଗ ଦେବି ବୋଲି କୌଣସି ଘୋଷଣା କରାଯାଇ ନ ଥିଲା। ମୁଁ ଯୋଗଦେବାର କୌଣସି କାର୍ଯ୍ୟକ୍ରମ ନ ଥିଲା। ଅନ୍ୟ ଦଳର ସଭାପତିମାନେ ମଧ୍ୟ ଏଥିରେ […]

prasada harichdan

prasada harichdan

Rakesh Mallick
  • Published: Friday, 05 August 2016
  • Updated: 05 August 2016, 08:10 PM IST

Sports

Latest News

prasada harichdanଭୁବନେଶ୍ୱର: ମହାନଦୀ ବିବାଦ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଡାକିଥିବା ସର୍ବଦଳୀୟ ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇ ନ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ପ୍ରସାଦ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ସର୍ବଦଳୀୟ ବୈଠକରେ ମୁଁ ଯୋଗ ଦେବି ବୋଲି କୌଣସି ଘୋଷଣା କରାଯାଇ ନ ଥିଲା। ମୁଁ ଯୋଗଦେବାର କୌଣସି କାର୍ଯ୍ୟକ୍ରମ ନ ଥିଲା। ଅନ୍ୟ ଦଳର ସଭାପତିମାନେ ମଧ୍ୟ ଏଥିରେ ଯୋଗ ଦେଇ ନଥିଲେ।  ଏହି କଥା ନେଇ  ମିଛରେ ରାଜନୀତି କରାଯାଉଛି।”

ସେ ଆହୁରି କହିଛନ୍ତି, “ବିଜେପି ଓ ବିଜେଡି ସରକାରଙ୍କ ଦୋମୁହାଁ ନୀତି ଯୋଗୁ  ମହାନଦୀର ଭବିଷ୍ୟତ ନଷ୍ଟ  ହେବାକୁ ବସିଛି । ମହାନଦୀ  ଓଡ଼ିଶା ବାସୀଙ୍କ ମାଆ। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ମହାନଦୀର ଉପରେ ମୁଣ୍ଡରେ ଏହି ଡ୍ୟାମ ନିର୍ମାଣ  ହେବା ଆଶଙ୍କାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ ଭାବରେ ଏହି ବିଷୟରେ ଅବଗତ ଥିଲେ।”

ପ୍ରସାଦ ଆହୁରି କହିଛନ୍ତି,“ମହାନଦୀର ଉପମୁଣ୍ଡରେ କେହି ପାଣି ଅଟକାଇ ପାରିବେ ନାହିଁ। ଓଡ଼ିଶା ପାଇଁ  ମୁଁ ଲଢ଼ିବି ବୋଲି ୨୦୦୧ ମସିହା ଓଡ଼ିଶା ବିଧାନସଭାର ମୁଲତବି ପ୍ରସ୍ତାବ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଆଲୋଚନାରେ ପ୍ରଫୁଲ୍ଲ ଘଡ଼େଇ,ପ୍ରଭାତ ତ୍ରିପାଠୀ, ନିରଞ୍ଜନ ପୂଜାରୀ ଅଂଶ ଗ୍ରହଣ କରିଥିଲେ। ଉପର ମୁଣ୍ଡରେ  ବ୍ୟାରେଜ ହେଲେ ମଧ୍ୟ ଓଡ଼ିଶାର କିଛି କ୍ଷତି ହେବ ନାହିଁ ବୋଲି କିନ୍ତୁ ୨୦୧୦ ମସିହାରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉଲ୍ଲେଖ କରିଥିଲେ। କିନ୍ତୁ ୧୬ ବର୍ଷ ପରେ ସରକାର ଲଢ଼େଇ କରିବାକୁ ବାହାରିଛନ୍ତି। ଛତିଶଗଡ଼ ସରକାର କାମ ବନ୍ଦ କରୁନାହାନ୍ତି ତାହାହେଲେ କେନ୍ଦ୍ରର ବିଜେପି ସରକାର ଏହାର ହସ୍ତକ୍ଷେପ କରନ୍ତୁ। ମହାନଦୀରେ ପ୍ରକଳ୍ପବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ। ନ ହେଲେ ଓଡ଼ିଶାର ଭାଗ୍ୟ ଭବିଷ୍ୟତ ବିପନ୍ନ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos