ସଡ଼କ ଦୁର୍ଘଟଣାରେ ଦୁଇ ବିଜେଡି ସମର୍ଥକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ପାଟକୁରା ନିର୍ବାଚନ ମଣ୍ଡଳୀ ୧୨ ନମ୍ବର ଜିଲ୍ଲା ପରିଷଦ ଜୋନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ପରେ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବିଜେଡି କର୍ମୀଙ୍କ ମୃତ୍ୟୁ ଘଟିଛି। ୫ ନମ୍ବର ଜାତୀୟ ରାଜପଥର ଅଁଳାବାଙ୍କ ଛକ ନିକଟରେ ଏକ ଟ୍ରକ୍‌ ଧକ୍କା ଦେବାରୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ଡେରାବିଶ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।