ବିଭିନ୍ନ ବ୍ରାଣ୍ଡର ୩୦ ହଜାର ଲିଟର ନକଲି ତେଲ ଜବତ

କଟକ(ଓଡ଼ିଶା ରିପୋର୍ଟର): କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରାର ବମ୍ଫକୁଦ ଅଞ୍ଚଳରୁ ଏକ ନକଲି ତେଲ କାରଖାନା ଠାବ କରାଯାଇଛି। ସେଠାରୁ ୩୦ ହଜାର ଲିଟର ଖାଇବା ତେଲ ଜବତ କରାଯାଇଛି। ପାଓ୍ୱାର, ସିପ୍, ଖୁସି ଗୋଲ୍ଡ ଓ ଓମ୍‌ ଆଦି ବିଭିନ୍ନ ବ୍ରାଣ୍ଡର କମ୍ପାନୀର ଲୋଗ ଲଗାଯାଇ ନକଲି ତେଲକୁ ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ସହ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ପୁଲିସ ଏକ ଟ୍ରକ୍‌କୁ […]

777.jpg,,,

777.jpg,,,

Tapaswini Nayak
  • Published: Wednesday, 28 August 2019
  • Updated: 28 August 2019, 03:02 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରାର ବମ୍ଫକୁଦ ଅଞ୍ଚଳରୁ ଏକ ନକଲି ତେଲ କାରଖାନା ଠାବ କରାଯାଇଛି। ସେଠାରୁ ୩୦ ହଜାର ଲିଟର ଖାଇବା ତେଲ ଜବତ କରାଯାଇଛି। ପାଓ୍ୱାର, ସିପ୍, ଖୁସି ଗୋଲ୍ଡ ଓ ଓମ୍‌ ଆଦି ବିଭିନ୍ନ ବ୍ରାଣ୍ଡର କମ୍ପାନୀର ଲୋଗ ଲଗାଯାଇ ନକଲି ତେଲକୁ ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ସହ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି ।

ଘଟଣାସ୍ଥଳରୁ ପୁଲିସ ଏକ ଟ୍ରକ୍‌କୁ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ବମ୍ଫକୁଦ ଅଞ୍ଚଳରେ ନକଲି ତେଲ କାରଖାନା ଥିବା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା ଓ ଆଜି ସକାଳେ ସେହି ଅଞ୍ଚଳରେ ଚଢ଼ଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos