ସାଧୁଙ୍କ ନାଁରେ କୁକର୍ମ, ଲୁଟ୍ କରୁଥିବା ଲୋକ ବାବା ନୁହେଁ ଅପରାଧୀ: ବାବା ରାମଦେବ

ramvedଭୁବନେଶ୍ୱର: ଭାରତରେ ବୈଦିକ କାଳରୁ ଋଷି ମୁନିଙ୍କ ଉପସ୍ଥିତି ରହି ଆସିଛି। ତେବେ ବର୍ତ୍ତମାନ ସମୟରେ ଯେଉଁମାନେ ଧଳା ପୋଷାକ ପିନ୍ଧି ସାଧୁଙ୍କ ନାଁରେ କୁକର୍ମ, ଲୁଟ୍ ଓ ଅନୈତିକ କାର୍ଯ୍ୟ କରୁଛନ୍ତି ସେମାନେ ବାବା ନୁହଁନ୍ତି, ଅପରାଧୀ। ସେମାନଙ୍କ ସହ ଅପରାଧୀଙ୍କ ପରି ଆଚରଣ ପ୍ରଦର୍ଶନ କରାଯିବା ଦରକାର। ଓଡ଼ିଶା ଗସ୍ତରେ ଆସି ଏହା କହିଛନ୍ତି ଯୋଗଗୁରୁ ବାବା ରାମଦେବ। ପୁରୀରେ ଆସନ୍ତାକାଲି ଓ ତା’ ପରଦିନ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେବାକୁ ଆସିଛନ୍ତି ଯୋଗଗୁରୁ ରାମଦେବ। ଏହି ଅବସରରେ ପୁରୀ ଶରଧାବାଲିରେ ଅନୁଷ୍ଠିତ ହେବାକୁ ଥିବା ଯୋଗ ଶିବିରରେ ମଧ୍ୟ ବାବା ରାମଦେବ ଯୋଗଦେବେ।