ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତିକୁ ଆଶିଂକ ରଦ୍ଦ କଲେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌

ଭୁବନେଶ୍ୱର: ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତିକୁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ସ୍ୟାଟ୍‌ ଆଶିଂକ ଭାବେ ରଦ୍ଦ କରିଛନ୍ତି। ମୂଳ ବିଜ୍ଞପ୍ତି ଆଧାରରେ ଆବେଦନ କରିଥିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇଥିବା ଉପଯୁକ୍ତ ସଫଳ ପ୍ରାର୍ଥୀଙ୍କୁ ନେଇ ଏକ ସାନି ମେରିଟ୍‌ ଲିଷ୍ଟ୍‌ ପ୍ରକାଶ କରିବାକୁ  ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିବା ସହ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ପାଇଁ ପ୍ରୋରାଟା ଆଧାରରେ ମୂଲ୍ୟାଙ୍କନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ କୁହାଯାଇଛି। ଜଳସମ୍ପଦ, ପୂର୍ତ୍ତ […]

cuttack

cuttack

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 03:48 AM IST

Sports

Latest News

ଭୁବନେଶ୍ୱର: ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତିକୁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ସ୍ୟାଟ୍‌ ଆଶିଂକ ଭାବେ ରଦ୍ଦ କରିଛନ୍ତି। ମୂଳ ବିଜ୍ଞପ୍ତି ଆଧାରରେ ଆବେଦନ କରିଥିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇଥିବା ଉପଯୁକ୍ତ ସଫଳ ପ୍ରାର୍ଥୀଙ୍କୁ ନେଇ ଏକ ସାନି ମେରିଟ୍‌ ଲିଷ୍ଟ୍‌ ପ୍ରକାଶ କରିବାକୁ  ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିବା ସହ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ପାଇଁ ପ୍ରୋରାଟା ଆଧାରରେ ମୂଲ୍ୟାଙ୍କନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ କୁହାଯାଇଛି।

ଜଳସମ୍ପଦ, ପୂର୍ତ୍ତ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଖାଲି ପଡ଼ିଥିବା  ୬୫୭ଟି ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ପୂରଣ ପାଇଁ ଗତ ଏପ୍ରିଲ୍‌ ମାସରେ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିରେ ଏସ୍‌ଇବିସି ବର୍ଗ ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷକୁ ପାଇଁ କୋହଳ କରାଯାଇଥିଲା। ତା’ସହ ଆବେଦନର ଶେଷ ତାରିଖ ପରେ ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଯେଉଁଥିରେ ଇନ୍‌ ସର୍ଭିସ୍‌ ଡିପ୍ଳୋମା ଇଞ୍ଜିନିୟର ପାଇଁ ସର୍ବାଧିକ ବୟସ ସୀମା ୩୨ରୁ ୪୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାକୁ ବିରୋଧ କରି ସ୍ୟାଟ୍‌ରେ ଦୁଇଟି ମାମଲା ଦାୟର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos