ସ୍ୱତନ୍ତ୍ର ବିଏସଏଫ୍ ବିମାନରେ ଭୁବନେଶ୍ୱରରେ ପହଞ୍ଚିଲା ସହିଦ କିଶୋର ରାଉତଙ୍କ ମର ଶରୀର

ଭୁବନେଶ୍ୱର: ଦିଲ୍ଲୀ ବିଏସଏଫ୍ ବିମାନ ଦୁର୍ଘଟଣାରେ ସହିଦ ଓଡ଼ିଆ ଯବାନ କିଶୋର ରାଉତଙ୍କ ମର ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବିଏସଏଫର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ସହିଦଙ୍କ ମର ଶରୀର ପହଞ୍ଚିଛି। ବିମାନ ବନ୍ଦରରେ ଓଡ଼ିଶା ପୋଲିସ୍ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ସମୟରେ ବିଏସ୍ଏଫ୍ ମୁଖ୍ୟାଳୟ ଆଇଜି ପି.ଏସ୍.ସାନ୍ଧୁ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କିଶୋରଙ୍କ ମରଦେହ ସହ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ […]

kishor

kishor

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 05:41 PM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀ ବିଏସଏଫ୍ ବିମାନ ଦୁର୍ଘଟଣାରେ ସହିଦ ଓଡ଼ିଆ ଯବାନ କିଶୋର ରାଉତଙ୍କ ମର ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବିଏସଏଫର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ସହିଦଙ୍କ ମର ଶରୀର ପହଞ୍ଚିଛି। ବିମାନ ବନ୍ଦରରେ ଓଡ଼ିଶା ପୋଲିସ୍ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ସମୟରେ ବିଏସ୍ଏଫ୍ ମୁଖ୍ୟାଳୟ ଆଇଜି ପି.ଏସ୍.ସାନ୍ଧୁ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କିଶୋରଙ୍କ ମରଦେହ ସହ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଦିଲ୍ଲୀରୁ ଆସିଛନ୍ତି। ଏହି ଅବସରରେ ସାଂସଦ ବୈଜୟନ୍ତ କିଶୋରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ବିମାନବନ୍ଦରରେ ଶ୍ରଦ୍ଧାସୁମନ ଅର୍ପଣ ପରେ ତାଙ୍କ ମରଶରୀରକୁ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଦେଉଳତର ଗାଁକୁ ନିଆଯାଉଛି।

ବିଏସ୍ଏଫର ସୁପରକିଙ୍ଗ ବିମାନ ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୭ ମିନିଟରେ ଅର୍ଦ୍ଧସାମରିକ ବାହିନୀର ଟେକ୍ନିସିଆନଙ୍କୁ ନେଇ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିଲା। ଉଡ଼ାଣର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଏଥିରେ ଥିବା କିଶୋରଙ୍କ ସହ ସମସ୍ତ ୧୦ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। ଆଜି ଦିଲ୍ଲୀ ବିମାନବନ୍ଦରରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ଗୃହରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ  କିଶୋର  ରାଉତ ଓ ଅନ୍ୟ ୯ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

କିଶୋର ସହିଦ ହୋଇଥିବା ଜଣାପଡିବା ପରେ ଦେଉଳତରାରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। କିଶୋରଙ୍କ ମାଆ ପୁଅକୁ ବାହୁନି ବାହୁନି କାନ୍ଦୁ ଥିବାବେଳେ ପୁଅ ସହିଦ ହୋଇଥିବା ନେଇ ଆଉ କିଛି ପରିବାର ସଦସ୍ୟ ଗର୍ବ ଅନୁଭବ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos