‘ରୁମ୍‌କୁ ଝୁମା’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିରେନ୍ଦ୍ର ମହାନ୍ତି

ପୁରୀ(ଓଡିଶା ରିପୋର୍ଟର):  ଶିଶୁ ସାହିତ୍ୟକ ବିରେନ୍ଦ୍ର ମହାନ୍ତି । ସେ ଏଥରର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ଶିଶୁ କବିତା ପୁସ୍ତକ ‘ରୁମ୍‌କୁ ଝୁମା’ ପାଇଁ ତାଙ୍କୁ ମିଳିବାକୁ ଯାଉଛି ଏହି ସମ୍ମାନ। ଏହି ପୁସ୍ତକରେ ସେ କୁନି କୁନି ପିଲାଙ୍କ ପାଇଁ ୧୦୦ଟି କବିତା ରଚନା କରିଛନ୍ତି । ଆଉ ଏଥିରେ ଥିବା ପ୍ରତିଟି କବିତାରେ ଶିଶୁମାନଙ୍କ ପାଇଁ ରହିଛି ଅନେକ ନୀତିଶିକ୍ଷା। ସେମାନେ କିପରି ନିଜର ଚରିତ୍ର ଗଠନ […]

b6

b6

Rakesh Mallick
  • Published: Friday, 22 June 2018
  • Updated: 22 June 2018, 06:32 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର):  ଶିଶୁ ସାହିତ୍ୟକ ବିରେନ୍ଦ୍ର ମହାନ୍ତି । ସେ ଏଥରର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ଶିଶୁ କବିତା ପୁସ୍ତକ ‘ରୁମ୍‌କୁ ଝୁମା’ ପାଇଁ ତାଙ୍କୁ ମିଳିବାକୁ ଯାଉଛି ଏହି ସମ୍ମାନ। ଏହି ପୁସ୍ତକରେ ସେ କୁନି କୁନି ପିଲାଙ୍କ ପାଇଁ ୧୦୦ଟି କବିତା ରଚନା କରିଛନ୍ତି । ଆଉ ଏଥିରେ ଥିବା ପ୍ରତିଟି କବିତାରେ ଶିଶୁମାନଙ୍କ ପାଇଁ ରହିଛି ଅନେକ ନୀତିଶିକ୍ଷା। ସେମାନେ କିପରି ନିଜର ଚରିତ୍ର ଗଠନ କରିପାରିବେ, କର୍ତ୍ତବ୍ୟପରାୟଣ ହୋଇପାରିବେ ସେ ନେଇ ତାଙ୍କ କବିତାରେ ରହିଛି ବାର୍ତ୍ତା। ଶିଶୁ ମନରେ ସେବା ପରାୟଣତା, ଶିକ୍ଷା, ସାଧୁତା ଏବଂ ଧର୍ମଭାବନା କିଭଳି ସୃଷ୍ଟି ହୋଇପାରିବ ସେ ନେଇ କବିତାରେ ମନ୍ତ୍ର ଫୁଙ୍କିଛନ୍ତି ବିରେନ୍ଦ୍ର।

ଖାଲି ସେତିକି ନୁହେଁ ତାଙ୍କ କବିତାରେ ରହିଛି ପରିବେଶ ସୁରକ୍ଷାର ବାର୍ତ୍ତା ଆଉ ଦେଶପ୍ରେମର ମନ୍ତ୍ର। ପ୍ରାଣୀସମ୍ପଦ ପ୍ରତି ଶିଶୁଙ୍କ କୌତୁହଳ ସୃଷ୍ଟି ଭଳି ଅନେକ କବିତାରେ ଋଦ୍ଧିମନ୍ତ ହୋଇଛି “ରୁମ୍‌କୁ ଝୁମା”।

ଏମିତି ରଖିଛନ୍ତି କବତାର ନାଁ 

ବୀରେନ୍ଦ୍ରଙ୍କ କବିତାର ନାଁ ବି ଭାରି ମନ ମତାଣିଆ ହୋଇଛି। ସତେଯେମିତି ଶିଶୁ ମନସ୍ତତ୍ୱକୁ ପରିଖି ଦିଆଯାଇଛି କବିତାଗୁଡିକର ନାଁ। “ତାକ୍ ଧିନା ଧା, ଝୁମୁରୁ ଝାଇଁ, ଥୁକୁଲୁ ଥୁକୁଲ, ସଡ଼କରେ ସଡ଼କ, ଗଛ ହସିଲେ ମାମୁନି ହସେ, ଏଇ ମୋ ପ୍ରିୟ ଜନମ ଭୂଇଁ, ମୋ ଜନ୍ମ ଭୂମି ଜନ୍ମଦିନ, ସମାନା ସବୁ ଭାଷା କାହାଣୀ, ବୁଲିଯିବା ଆସ ପତ୍ରିକାହାଟ, ଭୋଜି ଖାଇଯିବା ଆସ, ପରସେବା ମୋର ଧର୍ମ, ଅସହାୟକୁ ଭଗବାନ ସାହା” ଭଳି ଶିର୍ଷକରେ ରଚନା ହୋଇଛି କବିତା।

ପୂର୍ବରୁ ମିଳିଥିବା ସମ୍ମାନ

  • ବିରେନ୍ଦ୍ର ମହାନ୍ତି ୧୯୯୬ରେ ପାଇଥିଲେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର
  • ୨୦୦୨ରେ ରାଷ୍ଟ୍ରପତିଙ୍କଠାରୁ ପାଇଥିଲେ ଜାତୀୟ ସାକ୍ଷରତା ମିଶନ ପୁରସ୍କାର
  • ୨୦୦୮ରେ ହାତେଇଥିଲେ ସମ୍ମାନଜନକ ଜାତୀୟ ବାଲ କଲ୍ୟାଣ ପୁରସ୍କାର

କୃତି

ସେ ଶିଶୁ ସାହିତ୍ୟ କ୍ଷେତ୍ରରେ ୨୫ଟି ପୁସ୍ତକ ରଚନା କରିଥିବା ବେଳେ ୬ ଖଣ୍ଡ ବହି ଅନୁବାଦ କରିଛନ୍ତି।  ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ଜୀବନ ଉପରେ ପୁସ୍ତକକୁ ବଙ୍ଗଳାରେ ରଚନା କରି ପାଇଛନ୍ତି ଆର୍ନ୍ତଜାତୀକ ଇଣ୍ଡୋ ନେଦରଲ୍ୟାଣ୍ଡ ମେତ୍ରୀ ପୁରସ୍କାର ।

କ’ଣ କୁହନ୍ତି ବିରେନ୍ଦ୍ର

“ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ ହଠାତ୍‌ ଫୋନ୍‌ ଯୋଗେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର କଥା ଶୁଣି ଖୁସି ଲାଗିଲା। ଭାବୁଛି ମହାପ୍ରଭୁଙ୍କ ଆଶୀବାର୍ଦ ଯୋଗୁଁ ଏହି ପୁରସ୍କାରଟି ମିଳିଛି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos