ଭୋଗ ଖାଇବାକୁ ନେଇ ଗଣ୍ଡଗୋଳ: ୨ ମୃତ, ୪ ଗୁରୁତର

ସାଲେପୁର: ସାଲେପୁର ଥାନା ପାଶୁଲୁଣ୍ଡା ଗାଁରେ ଦୋଳ ବିମାନ ଭୋଗ ଖାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଫଳରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ। ମୃତକମାନେ ହେଲେ ଲକ୍ଷ୍ମୀଧର ଜେନା ଓ ଅନୁ ଜେନା।

ଗତକାଲି ଦୋଳ ବିମାନ ଭୋଗ ଖାଇବାକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଥିଲେ। ଆହତଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଧର ଓ ଅନୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଗାଁରେ ଏବେ ମଧ୍ୟ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଗାଁ ଏକ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।