ସମବାୟ ବିଭାଗରେ ହୋଇଛି ଦୁର୍ନୀତି: ମାନିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମବାୟ ବିଭାଗରେ ବଡ଼ ଧରଣର ଦୁର୍ନୀତି ହୋଇଛି। ବିଭିନ୍ନ ସମବାୟ ବ୍ୟାଙ୍କ ଓ  ସମବାୟ ସଂସ୍ଥାରେ ୩୭୦ କୋଟି ଟଙ୍କାର ହେରଫେର୍ ହୋଇଛି। ଆଜି ବିଧାନସଭାରେ ଏହା ସ୍ୱୀକାର କରିଛନ୍ତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭାରେ ବିଧାୟକ ଦିଲୀପ ରାୟଙ୍କ ଏକ ଲିଖିତ ପ୍ରଶ୍ନରେ ଏହି  ଉତ୍ତର ଦେଇଛନ୍ତି ମନ୍ତ୍ରୀ। ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଥିବା ଅଡିଟ୍ ରିପୋର୍ଟରେ ତଥ୍ୟ ଅନୁୟାୟୀ, ୩୭୦ କୋଟି ୬୯ ଲକ୍ଷ ୯୯  ହଜାର ଟଙ୍କା ହେରଫେର୍ […]

vlcsnap-2017-06-07-17h34m32s396-720x430

vlcsnap-2017-06-07-17h34m32s396-720x430

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 08:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମବାୟ ବିଭାଗରେ ବଡ଼ ଧରଣର ଦୁର୍ନୀତି ହୋଇଛି। ବିଭିନ୍ନ ସମବାୟ ବ୍ୟାଙ୍କ ଓ  ସମବାୟ ସଂସ୍ଥାରେ ୩୭୦ କୋଟି ଟଙ୍କାର ହେରଫେର୍ ହୋଇଛି। ଆଜି ବିଧାନସଭାରେ ଏହା ସ୍ୱୀକାର କରିଛନ୍ତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭାରେ ବିଧାୟକ ଦିଲୀପ ରାୟଙ୍କ ଏକ ଲିଖିତ ପ୍ରଶ୍ନରେ ଏହି  ଉତ୍ତର ଦେଇଛନ୍ତି ମନ୍ତ୍ରୀ।

ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଥିବା ଅଡିଟ୍ ରିପୋର୍ଟରେ ତଥ୍ୟ ଅନୁୟାୟୀ, ୩୭୦ କୋଟି ୬୯ ଲକ୍ଷ ୯୯  ହଜାର ଟଙ୍କା ହେରଫେର୍ ହୋଇଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ,  ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ୧୬ଟି ଅର୍ବାନ କୋପରେଟିଭ  ବ୍ୟାଙ୍କ ସମେତ ୭ ହଜାର ୩୭ଟି ସମବାୟ ସଂସ୍ଥାରେ ଏହି  ହେରଫେର୍ ହୋଇଥିବା ଜଣାପଡିଛି। ଏଥିରେ ୨୦ ହଜାର ୪୨୪  ଜଣ ସଂପକ୍ତ ଅଛନ୍ତି। ଅର୍ଥ ଆଦାୟ ପାଇଁ ୨୦ ହଜାର ୪୬୬ଟି  ସବଚାର୍ଜ ପ୍ରୋସିଡିଂ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos