ସାମୟିକ ଭାବେ ବନ୍ଦ ହେବ ପାଲ୍ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର: ଦ୍ୱାଦଶ ବିଧାନସଭାରେ ହୋଇଥିବା ଅନିୟମିତତା ସଂପର୍କରେ ତଦନ୍ତ କରୁଥିବା ଜଷ୍ଟିସ୍ ସି.ଆର୍. ପାଲ୍ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟ ସାମୟିକ ଭାବେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବିଧାନସଭାର ବିଭିନ୍ନ ପଦପଦବୀରେ ନିଯୁକ୍ତି ବେଳେ ଅନିୟମିତତା, କମ୍ପ୍ୟୁଟର କିଣାରେ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ୨୦୦୪ ମସିହାରେ ଜଷ୍ଟିସ ସି.ଆର ପାଲଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ ହୋଇଥିଲା। ଏହାପରେ ୨୦୦୮ ମସିହାରେ ହାଇକୋର୍ଟ ଏ ସଂପର୍କିତ ବିଜ୍ଞପ୍ତିକୁ ରଦ୍ଦ କରିଦେଇଥିଲେ। ବର୍ତ୍ତମାନ ସୁପ୍ରିକୋର୍ଟରେ ମାମଲା ବିଚାରାଧୀନ ଅଛି।